ସିଲିଣ୍ଡରରୁ ଗ୍ୟାସ ଚୋରି ଅଭିଯୋଗ, ଜଣେ ଗିରଫ

0

ଝାରସୁଗଡା: ଝାରସୁଗୁଡା ସହର ମଧୁସୂଦନ ନଗରରେ ବେଆଇନ ଗ୍ୟାସ ରିଫିଲିଂ ଗୋଦାମରେ ଚଢଉ କରାଯାଇଛି। ଜିଲା ଖାଉଟି ବିଭାଗ ପୁଲିସର ସହାୟତାରେ ଚଢଉ କରି ଦୁଇଟି ଗ୍ୟାସ ଲୋଡିଂ ଅଟୋକୁ ଜବତ କରିଛି। ଏହାସହ ଅଟୋ ଡ୍ରାଇଭରକୁ ମଧ୍ୟ ଗିରଫ କରି ଝାରସୁଗୁଡା ଟାଉନ ଥାନା ପୁଲିସ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ଜଣେ ଖାଉଟି ଏକ ନିଦ୍ଦିର୍ଷ୍ଟ ଗ୍ୟାସ ଏଜେନ୍ସି ମାଲିକଙ୍କ ନାମରେ ଜାଲିଆତି ଅଭିଯୋଗ କରିଥିଲେ। ମଙ୍ଗଳବାର ଦିନ ପୁଲିସ ଓ ଖାଉଟି ବିଭାଗ ଚଢଉ କରିଥିଲେ। ପ୍ରାୟ ୧୦ଟି ସିଲିଣ୍ଡରକୁ ଓଜନ କଲା ପରେ ସେଥିରେ ୨ରୁ ୩ କିଲୋ ଗ୍ୟାସ କମ ରହିଥିବାର ଜାଣିବାକୁ ପାଇଥିଲା। ଏକ ଲୁହା କଣ୍ଟା ସାହାଯ୍ୟରେ ଲିଣ୍ଡରର ସିଲ ଖୋଲି ୨ରୁ ୩କିଲୋ ଗ୍ୟାସ ବାହାରକରି ପୁଣି ସିଲ କରି ଖାଉଟିଙ୍କ ପାଖକୁ ପଠାଯାଉଥିଲା। ଏହି ଚଢଉରେ ଗ୍ୟାସ ମାଲିକ ମାନସ ପାତ୍ର ଫେରାର ହୋଇଯାଇଛନ୍ତି।

Leave A Reply