www.samajalive.in
Monday, December 8, 2025
27.1 C
Bhubaneswar

ଗୃହର ପରିସରରେ ଥିବା ବଗିଚା ପାଇଁ କିଛି ବାସ୍ତୁ ଟିପ୍ସ

ବାସ୍ତୁ ଶାସ୍ତ୍ରରେ ଗୃହର ପରିସରରେ ଥିବା ବଗିଚାରେ ଗଛ ଲଗାଇବାର କେତେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଅନୁଯାୟୀ, ଯଦି ବୃକ୍ଷଲତା ସଠିକ ଭାବେ ନ ଲଗାଯାଏ ତେବେ ଘରର ମୁରବିଙ୍କ ସମେତ ଅନ୍ୟ ସଦସ୍ୟଙ୍କ ମାନସିକ, ଶାରିରୀକ ଓ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ କିଛି ଏପରି ବାସ୍ତୁ ଟିପ୍ସ ଯାହାର ପାଳନ କରିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ….

ବାସ୍ତୁ ଅନୁଯାୟୀ, ତୁଳସୀ, କଦଳୀ, ଚମ୍ପା, ଚମେଲୀ ଆଦିକୁ ଶୁଭ ବୃକ୍ଷ କୁହାଯାଏ। କଦଳୀ ବୃକ୍ଷକୁ ଐଶାନ୍ୟ କୋଣରେ ଲଗାଇବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। 

- Advertisement -

କଦଳୀ ବୃକ୍ଷ ନିକଟରେ ତୁଳସୀ ଗଛ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ଭଗବାନ ବିଷ୍ଣୁଙ୍କ ସହ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। 

ଅଶୋକ ଓ ନଡ଼ିଆ ଗଛକୁ ବହୁତ ଶୁଭ ବୃକ୍ଷ କୁହାଯାଏ। ନିଜ ନାମ ଅନୁଯାୟୀ ଅଶୋକ ପ୍ରସନ୍ନତା ଦେଇ, ଦୁଃଖ ଦୂର କରିଥାଏ। ମାନ୍ୟତା ଅନୁଯାୟୀ, ଏହି ବୃକ୍ଷ ସଦସ୍ୟଙ୍କ ମଧ୍ୟ ସେହ୍ନଶ୍ରଦ୍ଧା ବୃଦ୍ଧି କରିଥାଏ। 

ଯେଉଁ ବୃକ୍ଷର ପତ୍ର କିମ୍ବା ଫୁଲ ତୋଳିବା ସମୟରେ ସେଥିରୁ କ୍ଷୀର ଭଳି ପଦାର୍ଥ ବାହାରେ ସେହି ବୃକ୍ଷକୁ ନିଜ ବଗିଚାରେ ଲଗାନ୍ତୁ ନାହିଁ। ସେଭଳି ବୃକ୍ଷ ଥିଲେ ଧନସମ୍ପତ୍ତି କ୍ଷୟ ହୋଇଥାଏ। 

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories