ଗଞ୍ଜେଇ ଗାଡ଼ି ଜବତ

0

କନ୍ଧମାଳ : କନ୍ଧମାଳ ଜିଲା ଫୁଲବାଣୀ-ଫିରିଙ୍ଗିଆ ରୋଡ୍‍ ଅର୍ନ୍ତଗତ କୁଡକି ଛକ ନିକଟରେ ଏକ ଗଞ୍ଜେଇ ଗାଡ଼ି ଜବତ କରାଯାଇଛି। ବୁଧବାର ସକାଳ ୫.୨୦ ସମୟରେ କୁଡକି ଛକ ନିକଟରୁ ଏକ ଧଳା ରଙ୍ଗର ସ୍କର୍ପିଓ ରୁ ୩୮କେଜି୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଜବତ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦,୭୦୦ ଟଙ୍କା ବୋଲି ପୁଲିସ କହିଛି। ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ଦୁଇ ଜଣକୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ ଫିରିଙ୍ଗିଆ ଅଞ୍ଚଳର ରାଜୁ ମଲ୍ଲିକ(୪୦) ଓ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ଏସ.କେ ଅବଦୁଲ(୨୭)। ସେମାନଙ୍କଠାରୁ ପୁଲିସ ଦୁଇଟି ମୋବାଇଲ୍‍ ଫୋନ୍‍ ଜବତ କରିଛି।

Leave A Reply