୫୦ କେଜି ଗଞ୍ଜେଇ ଜବତ, ବେପାରୀ ଫେରାର

0

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା ଗ୍ରାମ ଛକଠାରେ ମୋହନା ପୁଲିସ ରାତ୍ରା କାଳୀନ ପେଟ୍ରୋଲିଂ କରୁଥିବା ବେଳେ ଏକ ଅଲଟୋ କାର ଗାଡି ନଂ ଓଡି ୦୨ ଏୟୁ ୯୪୬୨ ଜବତ କରିବା ସହ ଗାଡି ଡିକିରେ ଥିବା ୫୦ କେଜି ଗଞ୍ଜେଇ ଜବତ କରିଛି। ଏକ ନିଛାଟିଆ ସ୍ଥାନରୁ କାରଟି ବାହାରି ରାଜ୍ୟ ରାଜପଥ ଉପରକୁ ଆସୁଥିବା ବେଳେ ପୁଲିସ ସନ୍ଦେହ କରି ଗାଡିଟିକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ମଧ୍ୟରୁ ଉକ୍ତ ଗଞ୍ଜେଇକୁ ଜବତ କରାଯାଇଥିଲା। ୩ଟି ବସ୍ତାରେ ଗଞ୍ଜେଇ ସବୁ ଭର୍ତ୍ତି କରି ରଖାଯାଇଥିଲା। ଘଟଣାସ୍ଥଳରୁ ଜଙ୍ଗଲ ମଧ୍ୟକୁ ଗାଡି ଚାଳକଙ୍କ ସମେତ ଅନ୍ୟ ଜଣେ ଫେରାର ହୋଇ ଦୌଡି ପଳାଇଥିଲେ। ଏହି ପେଟ୍ରୋଲିଂରେ ଏସଆଇ ସିନ୍ଧୁ ସାର୍କାଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିିତ ଥିଲେ। ଗଞ୍ଜେଇ ବସ୍ତା ଗୁଡିକୁ ମାଜିଷ୍ଟ୍ରେଟ୍‍ ଦ୍ୱାୟିତ୍ୱରେ ଥିବା କଲ୍ୟାଣି ସଂଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।

Leave A Reply