୫ଡକାୟତ ଗିରଫ ; ଦେଶୀ ବନ୍ଧୁକ, ବୋମା ସହ ୨ ବାଇକ୍ ଜବତ

0

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡା ଦାରିଙ୍ଗିବାଡ଼ି ଜାତୀୟ ରାଜପଥ ନଂ୫୯ ଘାଟିରେ ଡକାୟତି ଉଦ୍ୟମ କରୁଥିବା ଖବର ପାଇ ସୋରଡା ପୁଲିସ୍ ୫ ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ କରି ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ବୋମା ସହ ୨ଟି ବାଇକ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟୁକୁନା ପରିଡ଼ା, ପ୍ରମୋଦ ପ୍ରଧାନ, ରବୀନ୍ଦ୍ର ଦଳେଇ, ଭାଗୀରଥି ନାୟକ ଓ ଚକା ନାହାକ।  ଗିରଫ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଥାନାରେ ସେମାନଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ସୂଚନା ମିଳିଛି। କେସ ନଂ ୪୩/୧୯ରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଇଛି ବୋଲି ଥାନା ଅଧିକାରୀ ପ୍ରଭାତ ସାହୁ ପ୍ରକାଶ କରିଛନ୍ତି।

Leave A Reply