ଗଞ୍ଜେଇ ଚାଲାଣକାରୀଙ୍କୁ ୧ବର୍ଷ ଜେଲ

0

କନ୍ଧମାଳ: ଗଞ୍ଜେଇ ଚାଲାଣ ଅଭିଯୋଗରେ ଆପ୍ପା ରାଓ ନାମକ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲା ଜଜ୍ ଦୋଷୀ ସାବ୍ୟସ୍ତ କରିବା ସହିତ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨୦୦୦ଟଙ୍କା ଜରିମାନା ମଧ୍ୟ ଧାର୍ୟ୍ୟ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ୩ମାସରୁ ଅଧିକ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ଏ. ଆପ୍ପା ରାଓ ଫୁଲବାଣୀ ମେନ ରୋଡର ବାସିନ୍ଦା ଅଟନ୍ତି। ଅଭିଯୁକ୍ତକୁ ୨୦.୫.୨୦୧୬ରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ ଗିରଫ କରିଥିଲେ। ୫ ଜଣ ସାକ୍ଷ୍ୟଙ୍କ ବୟାନ ଆଧାରରେ ଜିଲା ଜଜ୍ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।

Leave A Reply