ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକ୍‍ ଜବତ

0

ମାଲକାନଗିରି : ଚିତ୍ରକୋଣ୍ଡା ପୁଲିସ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ୍‍ ଧରିବାରେ ସଫଳ ହୋଇଛି। ବୁଧବାର ରାତିରେ ଚିତ୍ରକୋଣ୍ଡା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକକୁ ଏସାର କମ୍ପାନୀ ଛକ ନିକଟରେ ଅଟକାଇ ତଦନ୍ତ ଆରମ୍ଭ କରିଥିଲା। ଏହି ଟ୍ରକକୁ ଯାଞ୍ଚ କରିବା ବେଳେ ଏଥିରେ ୨୦ଟି ଗଞ୍ଜେଇ ବସ୍ତା ସହ ଦୁଇ ଅଭିଯୁକ୍ତ ଓ ୪୨,୦୦୦ଟଙ୍କା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏହି ଗଞ୍ଜେଇ ଚିତ୍ରକୋଣ୍ଡାର ବଦପଦରଠାରୁ ହରିୟାଣାର ପାଣିପଥକୁ ଚାଲାଣ ହେଉଥିଲା। ଏହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଥାନା ଆଇଆଇସି ଶ୍ରୀ ରାମ ପ୍ରସାଦ ନାଗ କହିଛନ୍ତି।

Leave A Reply