ପୃଥକ ସ୍ଥାନରୁ ଅଢେଇ କୋଟି ଟଙ୍କାର ଗଞ୍ଜେଇ ଜବତ

0

ନୟାଗଡ଼: ରାଜ୍ୟର ଦୁଇଟି ପୃଥକ ସ୍ଥାନରୁ ପ୍ରାୟ ଅଢେଇ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଓଡ଼ଗାଁ ଥାନା ଅନ୍ତର୍ଗତ ରଗଡ଼ିମଡ଼ା ଅଞ୍ଚଳରୁ ୩୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗଞ୍ଜେଇ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ଏକ ପିକ୍‌ଅପ ଭ୍ୟାନ୍‌ ମଧ୍ୟ ପୁଲିସ ଜବତ କରିଛି। ସୂଚନାଯୋଗ୍ୟ, କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢଉ କରାଯାଇ ଗାଁର ଜଣଙ୍କ ଘରୁ ୮୫ ବସ୍ତା ଜବତ ହୋଇଥିଲା ।

ସେହିପରି ଚନ୍ଦକା ଅଞ୍ଚଳରୁ ପ୍ରାୟ ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି । ରାଜ୍ୟ ବାହାରକୁ ଚାଲାଣ ହେବା ସମୟରେ ପୁଲିସ ଏହି ଗଞ୍ଜେଇକୁ ଜବତ କରିଥିବା ସୂଚନା ମିଳିଛି।

Leave A Reply