ଗଞ୍ଜେଇ ବୋଝେଇ ଟ୍ରକ ଜବତ; ୩ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁରର ଗୋଇଲୁଣ୍ଡି ଛକ ଦେଇ ଯାଉଥିବା ଏକ ଟ୍ରକରୁ ପ୍ରାୟ ୨୦ ବସ୍ତା (୫୦୦)କେଜି ଗଞ୍ଜେଇ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ବୁଧବାର ଜବତ ହୋଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯିବା ସହ ଚାଲଣରେ ବ୍ୟବହୃତ ହେଉଥିବା ଟ୍ରକ ମଧ୍ୟ ଜବତ କରାଯାଇଛି। ଗିରଫ ଯୁବକ ମାନେ ହେଲେ ଗଜପତି ଜିଲାର କରୁଣ ନାୟକ, ଢେଙ୍କାନାଳ ଜିଲାର ସୁଜନ ସାହୁ ଓ ରବିନାରାୟଣ ସାହୁ। ସୂଚନାଯୋଗ୍ୟ, ଗଜପତି ଜିଲାରୁ ବ୍ରହ୍ମପୁର ଦେଇ ଏକ ଟ୍ରକରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଗୁଇନ୍ଦା ବିଭାଗ ସୂଚନା ପାଇଥିଲା। ପରେ ବିଭାଗର ୪ଟି ଟିମ ବ୍ରହ୍ମପୁରର ବିଭିନ୍ନ ଛକରେ ଯାଞ୍ଚ କରିବା ପରେ ଗୋଇଲୁଣ୍ଡି ଛକରେ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରିଥିଲେ।

Comments are closed.