୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0

ମୋହନା : ଅଡ଼ବା ଥାନା ରେଣ୍ଡୁ ଗାଁ ନିକଟରୁ ପୁଲିସ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୁଲିସ ୮୨କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୪ ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଗିରଫ ହୋଇଥିବା ୪ ବ୍ୟବସାୟୀଙ୍କ ଘର ବ୍ରହ୍ମପୁର ଗେଟବଜାର ଅଞ୍ଚଳର ବୋଲି ସୂଚନା ମିଳିଛି।

Leave A Reply