୬କେଜିର ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ଜଣେ ଗିରଫ

0

ସମ୍ବଲପୁର : ସମ୍ବଲପୁର ଧନୁପାଲି ଥାନା ନିକଟରୁ ୬କେଜିର ଗଞ୍ଜେଇ ଓ ନଗଦ ୧ଲକ୍ଷ ୭୦୦ଟଙ୍କା ଜବତ କରାଯାଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ହେଉଛନ୍ତି ପଦ୍ମିନୀ କୁଶୱାହା। ଧନୁପାଲି ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନ ୩ଟା ସମୟରେ ଧନୁପାଲି ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପଦ୍ମିନୀଙ୍କୁ ନିକଟରୁ ଏକ ବଡ ବ୍ୟାଗ ଜବତ କରାଯାଇଥିଲା। ସନ୍ଦେହରେ ପୁଲିସ ତାଙ୍କ ବ୍ୟାଗର ତଲାସି କରିଥିଲା। ପୁଲିସ ବ୍ୟାଗଟିରୁ ୬କେଜିର ଗଞ୍ଜେଇ ସହ ନଗଦ ଟଙ୍କା ଜବତ କରିଥିଲା। ଏହି ବାବଦରେ ପୁଲିସ ଧନୁପାଲି ଥାନାରେ ଏକ ମାମଲା ଦାୟର କରିଥିଲା। ପଦ୍ମିନୀଙ୍କର ଏକ ଦୁଇ ମହଲା ବିଶିଷ୍ଟ କୋଠା ରହିଥିବାର ସୂଚନା ମିଳିଛି। ତାଙ୍କ ସ୍ବାମୀ ଜଣେ ଗୁପଚୁପ ବେପାରୀ ବୋଲି ଜଣାପଡିଛି।

Leave A Reply