ଝାଡ଼ଖଣ୍ଡ ବଳାତ୍କାର ମାମଲା : ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାଞ୍ଚି: ଝାଡ଼ଖଣ୍ଡରେ ଏକ ବଳାତ୍କାର ମାମଲାରେ ରାଞ୍ଚିର ସ୍ଥାନୀୟ ଅଦାଲତ ୧୧ ଜଣ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ସେମାନଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଆଦେଶ ଦିଆଯାଇଛି। ଜୋରିମାନା ବାବଦରେ ଆଦାୟ ହେବାକୁ ଥିବା ୨ଲକ୍ଷ
୯୭ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବ।

ସୂଚନାଯୋଗ୍ୟ୨୦୧୭ ସେପ୍ଟେମ୍ବର ୬ ତାରିଖ ଦିନ ଦୁମ୍‍କା ଜିଲ୍ଲାର ଦିଗିଠାରେ ଏକ ନିଛାଟିଆ ଜାଗାରେ ଜଣେ ୧୯ବର୍ଷର ଯୁବତୀଙ୍କୁ ଅଟକ ରଖାଯାଇ ସାମୂହିକ ବଳାତ୍କାର କରାଯାଇଥିଲା । ଏହି ଘଟଣାର ଦୁଇଦିନ ପରେ ୧୬ଜଣ ସନ୍ଦିଗ୍ଧଙ୍କୁ ଗିରଫ୍‍ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Comments are closed.