ଅଙ୍ଗନବାଡି ଦିଦିଙ୍କୁ ଗଣବଳାତ୍କାର ଅଭିଯୋଗରେ ୩ ଗିରଫ

0

ଢେଙ୍କାନାଳ: ଜଣେ ଅଙ୍ଗନବାଡି ଦିଦି ଗଣବଳାତ୍କାର ର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅଞ୍ଚଳର ଜଣେ ଅଙ୍ଗନବାଡି ଦିଦି ମିଟିଂ ସାରି ନିଜ ଭାଈଙ୍କ ସହ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଥିଲେ । ଦୁର୍ବୃତ୍ତମାନେ ତାଙ୍କ ଭାଇଙ୍କୁ ମାଡ ମାରିବା ସହ ଅଙ୍ଗନବାଡି ଦିଦିଙ୍କୁ ଅପହରଣ କରି ନେଇଥିଲେ । ପରେ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ରାସ୍ତାରେ ପିଙ୍ଗି ଚାଲିଯାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

Leave A Reply