୧୦ ବର୍ଷରେ ଇଣ୍ଡିଆନ ଫାଇଟ୍‍ କ୍ଲବର ଗଣେଶ ପୂଜା

0

କଟକ : ଭାଇଚାରାର ସହର କଟକରେ ପାର୍ବଣ ଋତୁ ବହୁ ଧୁମଧାମରେ ପାଳନ କରାଯାଏ। ସେହିପରି ଗଣେଶ ପୂଜା ସହରର ବହୁ ସ୍ଥାନରେ ଆଡମ୍ବରର ସହ ପୂଜା କରାଯାଇଛି। କଟକ ସହର ମଙ୍ଗଳାବାଗ ସ୍ଥିତ ଇଣ୍ଡିଆନ ଫାଇଟ କ୍ଲବ ତରଫରୁ ଆୟୋଜନ କରାଯାଉଥିବା ଗଣେଶ ପୂଜା ୧୦ ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ କ୍ଲବ ତରଫରୁ ବିଭିନ୍ନ ଗରିବ ଛୋଟ ପିଲାମାନଙ୍କ ପାଇଁ ରବିବାର ପ୍ରସାଦ ସେବନର ଯୋଜନା କରାଯାଇଛି। ଏହି କ୍ଲବରେ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି କ୍ଲବର ଚାକିରି କରିଥିବା ସଦସ୍ୟ ଯୋଗଦେଇ ୧୦ ବର୍ଷ ହେବ ପୂଜା କରିଆସୁଛନ୍ତି। ଏହାସହ ପୂଜାରେ ୧୦୮ ଆଳତି, ୫୦୦ ଲୋକଙ୍କ ପାଇଁ ସୁଜି ଭୋଗ ଆଦି ପ୍ରତିବର୍ଷ କରାଯାଏ।

Leave A Reply