ଦକ୍ଷିଣମୁଖୀ ଗଣେଶଙ୍କୁ ପୂଜା କଲେ କଣ ଶୁଭ ଫଳ ମିଳିଥାଏ

0

ବିଘ୍ନକର୍ତ୍ତା ଗଣେଶଙ୍କୁ ସର୍ବ ପ୍ରଥମେ ପୂଜା କରିବାର ବିଧି ରହିଛି। ପ୍ରତି ପୂଜାରେ ମଧ୍ୟ ପ୍ରଭୁ ଗଣେଶଙ୍କୁ କଳସ ଭାବେ ସ୍ଥାପନ କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥାଏ। ମାତ୍ର ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପ୍ରଭୁଙ୍କର ୨ ପ୍ରକାରର ମୂର୍ତ୍ତି ରହିଛି। ବାମମୁଖୀ ଓ ଦକ୍ଷିଣମୁଖୀ। ପ୍ରାୟ ସଭିଙ୍କ ଘରେ ବାମମୁଖୀ ଗଣେଶ ମୂର୍ତ୍ତି ରହିଥାଏ। ମାତ୍ର ଦକ୍ଷିଣମୁଖୀ ଗଣେଶଙ୍କୁ ପୂଜା କଲେ ବହୁ ଶୁଭ ଫଳ ମିଳିଥାଏ।
ଏହି ଦକ୍ଷିଣମୁଖୀ ଗଣେଶଙ୍କ ମୂର୍ତ୍ତିଙ୍କୁ ପ୍ରତିଦିନ ଦୁବ ଓ ଅରୁଆ ଚାଉଳ ଅର୍ପଣ କଲେ ,ଜ୍ଞାନର ବୃଦ୍ଧି ହେବା ସହ କର୍ମ କ୍ଷେତ୍ରରେ ବହୁ ଆଶାଜନକ ଫଳ ପାପ୍ତି ହୋଇଥାଏ।
ପ୍ରତିଦିନ ଲଡ଼ୁ ଭୋଗକଲେ ଘରେ ସୁଖ ଶାନ୍ତି ରହିଥାଏ।
ପ୍ରତିଦିନ ଏକ ପିତ୍ତଳ ପାତ୍ରରେ ଜଳ ରଖିଲେ ,ପରିବାରରେ ଭଲ ପାଇବା ବଢିଥାଏ।
ପ୍ରତି ବୁଧବାରରେ ଗଣେଶଙ୍କୁ ପଞ୍ଚାମୃତରେ ସ୍ନାନ କରାଇଲେ ଧନହାନି ହୋଇନଥାଏ।

Leave A Reply