ଗାନ୍ଧି ଜୟନ୍ତୀରେ ଟ୍ରେନ୍‌ରେ ମିଳିବନି ଆମିଷ

0

ନୂଆଦିଲ୍ଲ୍‍ୀ: ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀକୁ ‘ଶାକାହାରୀ ଦିବସ’ ଭାବେ ପାଳନ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଆଗତ ହୋଇଛି। ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାରେ ଅକ୍ଟୋବର ୨ ତାରିଖ ଦିନ ଆମିଷ ଭୋଜନ ମିଳିବ ନାହିଁ। ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିବ ରେଳ ବିଭାଗ ଉପରେ। ଏବେ ଅକ୍ଟୋବର ୨ ତାରିଖକୁ ଦେଶରେ ରାଷ୍ଟ୍ରୀୟ ସ୍ୱଚ୍ଛ ଦିବସ ଭାବେ ପାଳନ କରାଯାଉଛି।
ରେଳବାଇ ବୋର୍ଡର ପ୍ରସ୍ତାବ ଅନୁଯାୟୀ ଚଳିତ ବର୍ଷଠାରୁ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଅକ୍ଟୋବର ୨ ତାରିଖରେ ଦେଶର ସମସ୍ତ ରେଳ ଷ୍ଟେସନ୍‍, ଟ୍ରେନ୍‍ ଓ କାର୍ଯ୍ୟାଳୟରେ ଆମିଷ ଭୋଜନ ବର୍ଜନ କରାଯିବ। ଏଥିସହିତ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଦିବସ ଅବସରରେ ମାର୍ଚ୍ଚ ୧୨ ତାରିଖ ଦିନ ଲବଣ ସତ୍ୟାଗ୍ରହ ଓ ଦାଣ୍ଡି ଅଭିଯାନର ସ୍ମାରକୀ ରୂପେ ସାବରମତିଠାରୁ ସମଗ୍ର ଦେଶକୁ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଚାଲିବ। ଟ୍ରେନ୍‍ ଟିକେଟ୍‍ରେ ମହାତ୍ମାଗାନ୍ଧିଙ୍କ ଛାୟାଛବି ରହିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଅନୁମୋଦନ ପରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରେ। ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଲୋଗୋକୁ ପ୍ରତି ବଗିର ବାହାର ପାଶ୍ୱର୍ରେ ପ୍ରଦର୍ଶିତ କରାଯିବ।

Leave A Reply