୨୦୨୧ ସୁଦ୍ଧା ଗଗନାଯାନ: ଇସ୍ରୋ ମୁଖ୍ୟ

0

ବେଙ୍ଗାଲୁରୁ: ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ବହୁ କଳ୍ପିତ ଗଗନାଯାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ମହାକାଶକୁ ମହାକାଶଚାରୀ ପ୍ରେରଣ କରିବାର ସ୍ୱପ୍ନ ସାକାର ହେବ। ଏହି ସୂଚନା ଦେଇଛନ୍ତି ଭାରତ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଅଧ୍ୟକ୍ଷ କେ ଶିବନ୍‍ । ଏହି ପ୍ରକଳ୍ପ ସଫଳ ହେଲେ ମହାକାଶକୁ ସ୍ୱାଧୀନ ଭାବେ ମାନବ ପ୍ରେରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମାନ୍ୟତା ଲାଭ କରିବ।
ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଶିବନ କହିଛନ୍ତି ଯେ ଗଗନାଯାନ ପାଇଁ ଖୁବ୍‍ ଶୀଘ୍ର ଭାରତରେ ତାଲିମ୍‍ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଧିକ ତାଲିମ୍‍ ପାଇଁ ରୁଷିଆର ସହାୟତା ଲୋଡ଼ାଯିବ। ମହାକାଶଚାରୀ ଟିମ୍‍ରେ ମହିଳାଙ୍କୁ ସାମିଲ୍‍ କରାଯିବା ବିଷୟରେ ଚିନ୍ତା କରାଯାଉଛି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନାଯାନ ସମ୍ପର୍କରେ ସୂଚନା ଦେଇ ୨୦୨୨ ସୁଦ୍ଧା ଭାରତ ମାତାର ସନ୍ତାନମାନେ ସୂର୍ଯ୍ୟ ଓ ଚନ୍ଦ୍ରକୁ ଛୁଇଁବେ ବୋଲି କହିଥିଲେ। ସେହିପରି ଗତ ଡିସେମ୍ବର ମାସରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ଗଗନାଯାନ ପ୍ରକଳ୍ପରେ ତିନି ଜଣ ମହାକାଶଚାରୀଙ୍କୁ ୭ ଦିନ ପାଇଁ ମହାକାଶକୁ ପ୍ରେରଣ କରାଯିବ ବୋଲି ସୂଚନା ଦେଇଥିଲେ। ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‍ ୧୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତାବକୁ ଅନୁମୋଦନ କରିଛି। ଗଗନାଯାନର ସଫଳତା ପାଇଁ ଭାରତ ରୁଷିଆ ଓ ଫ୍ରାନ୍ସ ସହିତ ବୁଝାମଣା ସ୍ୱାକ୍ଷର କରିଛି।

ଗୁରୁତ୍ୱପୁର୍ଣ୍ଣ କଥା
– ଏହା ଇସ୍ରୋର ସବୁଠାରୁ ବଡ ପ୍ରଥମ ଗଗନାଯାନ, ପ୍ରଥମେ ଏହାର ୨୦୨୦ ଡିସେମ୍ବର ଧାର୍ଯ୍ୟ କରାଯାଇଥିଲା କିନ୍ତୁ ପରେ ଏହାର ତାରିଖ ୨୦୨୧ ଜୁଲାଇ ଧାର୍ଯ୍ୟ କରାଯାଇଛି।
– ଭାରତ ଚତୁର୍ଥ ଦେଶ ଭାବେ ମହାକାଶରେ ଏହା ପ୍ରେରଣ କରିବ। ଗଗନାଯାନ ପାଇଁ ପ୍ରଥମେ ଏହାର ପ୍ରଶିକ୍ଷଣ ଭାରତରେ କରାଯିବ ଏବଂ ପରେ ଋଷରେ ଏହାର ପଶିକ୍ଷଣ କରାଯିବ। ଏହି ମିଶନରେ ମହିଳା ମହାକାଶଚାରୀ ରହିଛନ୍ତି।
– ଏହି ମିଶନ ପାଇଁ ଉଚ୍ଚ ବୈଜ୍ଞାନିକ ଜ୍ଞାନକୌଶଳର ବ୍ୟବହାର କରିବା ସହମାହାକାଶଚାରୀ ମାନେ ୭ ଦିନ ଧରି ମହାକାଶରେ ରହିବେ।
– ଏହି ଅବସରରେ ଇସ୍ରୋ ମୁଖ୍ୟ ୨୦୧୮ର ସଫଳତା ପ୍ରକାଶ କରିଥିଲେ। ପିଏସଏଲଭି-ସି ୪୦ ଦ୍ୱାରା କିପରି ୨୮ ବିଦେଶ ଉପଗ୍ରହ ସହ ୩୧ ଉପଗ୍ରହ ସଫଳତା ପୂର୍ବକ ନିଆଯାଇଥିଲା।
– ଏହାସହ ଇସ୍ରୋ ମୁଖ୍ୟ ଶ୍ରିବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଗନାଯାନର ଘୋଷଣାକୁ ଏକ ପ୍ରମୁଖ ଘୋଷଣା ବୋଲି କହିଛନ୍ତି।
– ସେହିପରି ଏହି ବର୍ଷ ମଧ୍ୟ ଜିସେଟ-୨୦, ଜିସେଟ-୨୯ ସେଟଲାଇଟ ସେପ୍ଟେମ୍ବର ଅକ୍ଟୋବର ମାସରେ ପ୍ରେରଣ କରାଯିବ।
– ଗଗନାଯାନ ମିଶନ ପାଇଁ ଦୀର୍ଘ ୪ମାସ ଧରି କାମ ଚାଲୁଥିବା ଇସ୍ରୋ ମୁଖ୍ୟ କହିଛନ୍ତି।

Leave A Reply