ଗାଜର ଖିରୀ

ଆବଶ୍ୟକ ସାମଗ୍ରୀ
ଗାଜର – ୩ଟି
ଘିଅ – ୪ ଚାମଚ
ଖିର – ୨କପ
ମିଲ୍କ ମେଡ଼ – ୩ ଚାମଚ
କାଜୁ ଓ କିସମିସ୍‍ – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଗାଜରକୁ ଭଲ ଭାବେ ଧୋଇ ଏହାକୁ କୋରି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରି ଏଥିରେ କୋରା ଗାଜରକୁ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ଖିର ପକାଇ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ମିଲ୍କ ମେଡ଼ ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ଅଳ୍ପ ଚିନି, କାଜୁ ଓ କିସମିସ୍‍ ପକାଇ ୨ ରୁ ୩ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ଖିରୀ। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.