ମୃତ୍ୟୁର କାରଣ ଖୋଜୁଛି ଗୁଣିଆ, ପୁଲିସ ଉପରକୁ ପଥର ମାଡ

0

ଗଜପତି: ମୃତ୍ୟୁର କାରଣ ଜାଣିବାକୁ ଲୋକେ ଶବ ବ୍ୟବଚ୍ଛେଦ ରିପୋର୍ଟ ନୁହେଁ ବରଂ ଗୁଣିଆର ସହଯୋଗ ଲୋଡିଛନ୍ତି । ଗଜପତି ଜିଲା ମୋହନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଣିଆକୁ ଗିରଫ ପାଇଁ ପୁଲିସ ପହଞ୍ଚିବାରୁ ଗ୍ରାମବାସୀ ପୁଲିସକୁ ଘେରଉ କରିବା ସହ ଢେଲା ପଥର ମାଡ କରିଥିବା ଅଭିଯୋଗ ହୋଇଛି । ଫଳରେ ବାଧ୍ୟ ହୋଇ ପୁଲିସ ଘଟଣାସ୍ଥଳରୁ ଖାଲି ହାତରେ ଫେରିଛି ।

ସୂଚନଯୋଗ୍ୟ, ମୋହନା ବ୍ଳକ୍ କଣ୍ଟେଇକୋଳି ଗ୍ରାମରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା । ଗୁଣି ଗାରେଡି ସନ୍ଦେହରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ସନ୍ଦେହ କରିଥିଲେ । ତେଣୁ ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ନକରି ଗୁଣିଆକୁ ଡାକିଥିଲେ । ଗୁଡିଆ ଜଣଙ୍କ ତନ୍ତ୍ରମନ୍ତ୍ର ଓ ପୂଜା ପାଠ କରିବା ସମୟରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିଲା। ପୁଲିସକୁ ଦେଖି ଗ୍ରାମବାସୀମାନେ ଉତକ୍ଷିପ୍ତ ହୋଇ ଘେରଉ କରିଥିଲେ । ଗୁଣିଆକୁ ଛାଡି ଦେବା ପାଇଁ ଦାବି କରି ପୁଲିସ ଉପରକୁ ପଥର ମାଡ କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

Leave A Reply