୧୫ କୋଟିର ବେଆଇନ ଗଞ୍ଜେଇ ଚାଷ ନଷ୍ଟ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପୁଲିସ, ବନବିଭାଗ, ରାଜସ୍ୱ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ମୋହନା ଥାନା ଅନ୍ତର୍ଗତ ନିଜୁମା ଓ ରୁଆମ୍ବ ଗାଁ ନିକଟସ୍ଥ ୭୬ ଏକର ଜଙ୍ଗଲ ଜମି ରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯା। ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଏସଡିପିଓ ଅଶୋକ କୁମାର ମହାନ୍ତି ସୁଚନା ଦେଇଛନ୍ତି। ଗଜପତି ଜିଲ୍ଳାପାଳ ଅନୁପମ ସାହା ଓ ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ କରାଯାଇଥିବା ବେଳେ ପ୍ରାୟ ୧ଲକ୍ଷ ୫୩ ହଜାର ଗଛ କାଟି ପୋଡି ନଷ୍ଟ କରାଯାଇଛି। ଏହି ଅଭିଯାନରେ ମାଜିଷ୍ଟ୍ରେଟ୍ ତହିସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଉପସ୍ଥିତ ଥିବାବେଳେ ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ, ଅବକାରୀ ଏସଆଇ ଡିସୁରୀ ବାବୁ, ଏଏସଆଇ ପଦ୍ମ ଚରଣ ସାହୁ ଓ ରାଜସ୍ୱ ବିଭାଗ ନିରିକ୍ଷକ ଉପସ୍ଥିତ ଥିଲେ।

Comments are closed.