ଗଜପତି ମୋହନାରେ ଅଠର ନଳା ସେତୁ ନିର୍ମାଣ ପାଇଁ  ଭିତି  ପ୍ରସ୍ତର ସ୍ଥାପନ

0

ମୋହନା: ଗଜପତି ଜିଲ୍ଲା  ମୋହନାରୁ ଅନ୍ତରବା, ରାକେଶପଙ୍କା, କିର୍ତିଙ୍ଗି,ଚୁଡୁଙ୍ଗପୁର ଆଦି ୨୫ରୁ ଉର୍ଦ୍ଧ୍ୱର୍ ଗ୍ରାମର ହଜାର ହଜାର ସ୍ଥାନୀୟ ଅଧିବାସୀମାନେ   ଯିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜନସାଧାରଣଙ୍କ ଏହି ଅସୁବିଧି ଦୂର ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ମାସ ୪ ତାରିଖରେ ପାରଳାଖେମୁଣ୍ଡି ଠାରେ   ଗଜପତିର ଅଠର ନଳା ସେତୁ ପାଇଁ ଭିତ୍ତି ପ୍ରସ୍ତର  ସ୍ଥାପନ କରିଥିଲେ।  ଗୁରୁବାରରେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଉକ୍ତ ସେତୁ ପାଇଁ ମୋହନାର ଅଠର ନଳା ନିକଟରେ ଶୁଭ ଦେଇଛନ୍ତି। ୩ କୋଟି ୧୬ ଲକ୍ଷ ଟଙ୍କାରେ ବ୍ୟୟରେ ଏହି ସେତୁ  ନିର୍ମାଣ ହେବ । ସେତୁର ଲମ୍ବ ୬୦ ମିଟର  ଓ  ପ୍ରସ୍ତ ରହିଛି ୭ ମିଟର।   ଏହି ସେତୁ ନିର୍ମାଣ ହେଲେ ୧୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ ଲୋକଙ୍କର  ଦୁଃଖ ଦୂର ହେବା ସହ ମୋହନା ବ୍ଳକ ସହିତ ଏହି ପଂଚାୟତ ଗୁଡିକର ସାଧାରଣ ଲୋକେ ବିଶେଷ ଉପକୃତ ହେବେ।

Leave A Reply