ଗହୀରମଥାକୁ ଅଲିଭରିଡ୍‍ଲେଙ୍କ ଆଗମନ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଅଲିଭରିଡ୍‍ଲେ କଇଁଛ ସୁଦୂର ଶ୍ରୀଲଙ୍କା ଉପକୂଳରୁ ଆସିବା ଆରମ୍ଭ କଲେଣି। ତେଣୁ ସେମାନଙ୍କ ସୁରକ୍ଷା ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଟ୍ରଲର ଚଳାଚଳ ଓ ମାଛଧରାକୁ ବାରଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ବନବିଭାଗ ସହ ତଟରକ୍ଷୀ ବାହିନୀ, ମତ୍ସ୍ୟବିଭାଗ ଓ ସ୍ଥାନୀୟ ପୁଲିସ ମିଳିତ ଭାବେ ସୁରକ୍ଷା ଉପରେ ନଜର ରଖିଛନ୍ତି। ଅଲିଭରିଡ୍‍ଲେ କଇଁଛ ପ୍ରତିବର୍ଷ ନଭେମ୍ବର ପ୍ରଥମ ସପ୍ତାହରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିଥାନ୍ତି ଏବଂ ଏଠାରେ ସେମାନଙ୍କ ମିଳନପର୍ବ ହୋଇଥାଏ। ଡିସେମ୍ବର ଶେଷବେଳକୁ ସେମାନେ ଅଣ୍ଡାଦେବା ଆରମ୍ଭ କରିଥାନ୍ତି। ଗହୀରମଥାର ନାଶୀ-୧, ନାଶୀ-୨, ବାବୁବାଲି ଆଦି ସ୍ଥାନରେ ଅଣ୍ଡା ଦେଇସାରି ସମଦ୍ରକୁ ଚାଲିଯାଇଥାନ୍ତି।

Comments are closed.