ଭାରତର ଗଗନଯାନ ପାଇଁ ମହାକାଶଚାରୀଙ୍କୁ ତାଲିମ ଦେବାକୁ ଋଷ୍ ଆଗ୍ରହୀ
ନୂଆଦିଲ୍ଲୀ . – ୨୦୨୨ରେ ମହାକାଶକୁ ମାନବ ପ୍ରେରଣ କରିବ ଭାରତ । ଗଗନଯାନ ମିଶନରେ ମହାକାଶକୁ ସ୍ୱଦେଶୀଜ୍ଞାନ କୌଶଳରେ ତିଆରି ହୋଇଥିବା ମହାକାଶଯାନରେ ମହାକାଶଚାରୀ ଅନ୍ତରୀକ୍ଷକୁ ଯାତ୍ରା କରିବେ । ଭାରତରପାଇଁ ଏହା ପ୍ରଥମ । ଏଥିପାଇଁ ଋଷ୍ ଭାରତକୁ ସାହାଯ୍ୟ କରିବୋ ବୋଲି ପ୍ରତିଶୃତି ଦେଇଛି ।
ଋଷ୍ର ରାଷ୍ଟ୍ରଦୂତ ନିକୋଲାୟ କୁଦାଶେଭ ଭାରତର ଏହି ମିଶନ୍ରେ ମହାକାଶଚାରୀଙ୍କୁ ତାଲିମ ଦେବା ପାଇଁ ଋଷ୍ ଆଗ୍ରହୀବୋଲି ଜଣାଇଛନ୍ତି । ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କର ଏକ ଚିତ୍ରକୁ ଋଷ୍ଦୂତାବାସରେ ଉନ୍ମୋଚନ ଅବସରରେ କୁଦାଶେଭ ଏହି ସୂଚନା ଦେଇଛନ୍ତି । ମହାକାଶଚାରୀମାନଙ୍କୁ ବିଭିନ୍ନ ବୈଷୟିକ ଜ୍ଞାନର ତାଲିମ ଦିଆଯିବ ବୋଲି କୁଦାଶେଭ କହିଛନ୍ତି । ଋଷ୍ରେ ମହାକାଶ ବିଜ୍ଞାନରେ ୬୦ ବର୍ଷର ଅଭିଜ୍ଞତା ରହିଛି ।
ଭାରତର ପ୍ରଥମ ମହକାଶଚାରୀ ଓ୍ୱିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮୪ ମସିହା ଏପ୍ରିଲମାସରେ ଋଷ୍ର ଅନ୍ତରୀକ୍ଷ ଯାନରେ ମହାକାଶକୁ ଯାଇଥିଲେ ।