’ଜାମ୍ମୁ କାଶ୍ମୀରରେ ବନ୍ଦ ପଡିଥିବା ୫୦ ହଜାର ମନ୍ଦିର ଖୋଲାଯିବ’

ବେଙ୍ଗାଲୁରୁ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାର ଆଉ ଏକ ବଡ଼ ଘୋଷଣା ପାଇଁ ପ୍ରସ୍ତୁତି କରୁଛନ୍ତି। କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ବନ୍ଦ ପଡିଥିବା ୫୦ ହଜାର ମନ୍ଦିର ଏବ ସ୍କୁଲକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଓ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ସେର୍ବକ୍ଷଣ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି।

ବେଙ୍ଗାଲୁରଠାରେ ସୋମବାର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ କାଶ୍ମୀରରେ ବନ୍ଦ ସ୍କୁଲ ସଂଖ୍ୟାର ସର୍ବେକ୍ଷଣ କରିବା ସହ ସେଗୁଡ଼ିକୁ ପୁନଃ ଖୋଲିବା ପାଇଁ ଏକ କମିଟି ଗଠନ କରାଯାଇଛି। ସେହିପରି ଜାମ୍ମୁ କାଶ୍ମୀରରେ ଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୫୦ ହଜାର ମନ୍ଦିର ବନ୍ଦ କରିଦିଆଯାଇଛି। ସେଗୁଡ଼ିକ ମଧ୍ୟରୁ କିଛି ମନ୍ଦିର ଓ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସେହି ମନ୍ଦିରଗୁଡ଼ିକର ସର୍ବେକ୍ଷଣ କରିବାକୁ ନିର୍ଦେଶ ଦିଆଯାଇଛି। ବନ୍ଦ ପଡିଥିବା ମନ୍ଦିରଗୁଡ଼ିକୁ ସରକାର ପୁନଃ ଖୋଲିବା ପାଇଁ ଏହି ସର୍ବେକ୍ଷଣ କରୁଥିବା ଆଲୋଚନା ହେଉଛି।
ଆମେରିକାରେ ରବିବାର ହାଉଡ଼ି ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିକ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ। ଶିଖ ସମ୍ପ୍ରଦାୟର ଲୋକମାନେ କତାରପୁର କରିଡ଼ର ପାଇଁ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାଶ୍ମୀର ପଣ୍ଡିତମାନେ ମୋଦୀଙ୍କୁ ଭେଟି ଭାବବିହ୍ୱଳ ହୋଇପଡିଥିଲେ। ଏହାର ଗୋଟିଏ ଦିନ ପରେ ସୋମବାର କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ବନ୍ଦ ପଡିଥିବା ମନ୍ଦିର ଖୋଲିବାକୁ ସୂଚନା ଦେଇଛନ୍ତି।

Comments are closed.