ବ୍ରିଜେନ୍ଦ୍ର ପାଲ ସିଂହ ହେଲେ ଏଫଟିଆଇଆଇର ନୂତନ ଅଧ୍ୟକ୍ଷ

0

ନୂଆଦିଲ୍ଲୀ : ଭାରତୀୟ ଫିଲ୍ମ ଓ ଟେଲିଭିଜନ ସଂସ୍ଥାନ(ଏଫଟିଆଇଆଇ)ର ନୂତନ ଅଧ୍ୟକ୍ଷ ଭାବେ ବ୍ରିଜେନ୍ଦ୍ର ପାଲ ସିଂହ ଗୁରୁବାର ନିଯୁକ୍ତ ହୋଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଭାଗ ଦ୍ୱାରା ଏଫଟିଆଇଆଇର ଉପାଧ୍ୟକ୍ଷ ଥିବା ବ୍ରିଜେନ୍ଦ୍ରଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ଏଫଟିଆଇଆଇ ନିଜ ଟ୍ୱିଟର୍‍ ଆକାଉଣ୍ଟରେ ଏହି ସୂଚନା ଦେବା ସହ ବ୍ରିଜେନ୍ଦ୍ରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ରିଜେନ୍ଦ୍ର ପାଲ ସିଂହ ଲୋକପ୍ରିୟ ଟିଭି ଶୋ’ ସିଆଇଡିର ନିର୍ମାତା-ନିର୍ଦ୍ଦେଶକ ଭାବେ ସୁପରିଚିତ। ଏଥିସହିତ ଏହି ଶୋ’ରେ ସେ ଅଭିନୟ ମଧ୍ୟ କରିଥିଲେ।

ପୂର୍ବରୁ ଏହି ପଦରେ ବଲିଉଡ଼ର ଲୋକପ୍ରିୟ ଅଭିନେତା ଅନୁପମ ଖେର୍‍ କାର୍ଯ୍ୟରତ ଥିଲେ ଓ ଏକମାସ ପୂର୍ବେ ସେ ପଦରୁ ଇସ୍ତଫା ଦେଇଥିଲେ। ଏବେ ବ୍ରିଜେନ୍ଦ୍ର ସେହି ପଦରେ ଉପନୀତ ଓ ଆଗାମୀ ୩ବର୍ଷ ପାଇଁ ସେ ଏହି ପଦରେ କାର୍ଯ୍ୟରତ ରହିବେ।

Leave A Reply