ଖରା ଦିନିଆ ଫଳ

ଖରାଦିନେ ସୁସ୍ଥ ରହିବା ପାଇଁ ଆମେ ଅନେକ ପ୍ରକାରର ଫଳ ଖାଇଥାଉ। କିନ୍ତୁ ଖରା ଦିନେ କିଛି ଏପରି ଫଳ ରହିଛି ଯାହା ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ରହିଥାଏ। ତେବେ ଆସନ୍ତୁ ଜାଣିବା ଖରା ଦିନେ କେଉଁ ଫଳ ଖାଇବା ଉଚିତ ..
ଆମ୍ବ :
ଖରା ଦିନେ ଅଧିକ ଆମ୍ବ ମିଳିଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇବର, ଲୌହ, ସଲଫର, ଭିଟାମିନ-ଏ ଓ ସି, ପୋଟାସିୟମ, କ୍ୟାଲସିୟମ ଓ ଫସଫସର ଇତ୍ୟାଦି ରହିଛି। ଏହାକୁ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ ହୋଇଥାଏ। ଏହାସହ ହୃଦଘାତ ସମସ୍ୟା ଓ ରକ୍ତଚାପ ସମସ୍ୟା ନିୟନ୍ତ୍ରଣ କରିଥାଏ। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଲିଚୁ :
ଲିଚୁରେ ପ୍ରଚୁର ପରିମାଣରେ ପ୍ରୋଟିନ, ସାଇଟ୍ରିକ ଏସିଡ, ଫସଫରସ ଓ ଲୌହ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ବ ହାଡକୁ ମଜଭୂତ କରିଥାଏ। ଏହା ଶରୀରକୁ କର୍କଟ, ହୃଦ ରୋଗ ଠାରୂ ଦୂରେଇ ରଖେ। ଏହା ମୁହଁର ସୌନ୍ଦର୍ୟ୍ୟ ମଧ୍ୟ ବୃଦ୍ଧି କରିଥାଏ। ପିଲାଙ୍କ ଶରୀରକୁ ବିକାଶ କରିବାରେ ସହାୟକ ହୋଇଥାଏ।
ତାଳ :
ଖରା ଦିନେ ତାଳ ଅଧିକ ମିଳିଥାଏ। ଏଥିରେ ପର୍ୟ୍ୟାପ୍ତ ପରିମାଣରେ ଭିଟାମିନ- ଏ, ବି ଓ ସି ରହିଛି। ଏହାସହ ତାଳରେ ପୋଟାସିୟମ, କ୍ୟାଲସିୟମ ଓ ଫସଫରସ ରହିଛି। ଏହା ଶରୀରକୁ ଥଣ୍ଡା ରଖିବା ସହ ପର୍ୟ୍ୟାପ୍ତ ପରିମାଣରେ ଜଳୀୟ ଅଂଶ ଯୋଗାଇଥାଏ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ।
ପଣସ :
ପଣସରେ ପ୍ରଚୁର ପରିମାଣରେ ଭିଟାମିନ-ସି ରହିଛି। ଏହା ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗ ଠାରୁ ରକ୍ଷା କରିଥାଏ। ଏଥି‌ରେ ଫାଇବର ଥିବାରୁ ଏହା ପେଟ ସମସ୍ୟାକୁ ଦୂର କରିଥାଏ। ଏହାସହ ପଣସରେ ପ୍ରଚୁର ପରିମାଣରେ ପୋଟାସିୟମ, ମ୍ୟାଗ୍ନେସିୟମ, ମାଙ୍ଗାନିଜ ଓ ଲୌହ ରହିଛି। ତେଣୁ ଏହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।

Comments are closed.