ଖଟା ଫଳ ଖାଇବା ଶରୀର ପାଇଁ କ୍ଷତିକାରକ

0

ଫଳ ଖାଇବା ଶରୀର ପାଇଁ ଭଲ। ବିଭିନ୍ନ ପ୍ରକାରର ଫଳରେ ଭିଟାମିନ, ମିନେରାଲ୍ସ ଇତ୍ୟାଦି ରହିଛି। କିନ୍ତୁ ଉଚିତ ସମୟରେ ଫଳ ନ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ବିଶେଷ କରି ରାତିରେ ଖଟା ଫଳ ଖାଇବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଏହାର କାରଣ ସମ୍ବନ୍ଧରେ ..

ଖଟା ଫଳରେ ଏସିଡିକ ଅମ୍ଳ ରହିଛି। ଏହାକୁ ରାତିରେ ଖାଇବା ଦ୍ବାରା ଶରୀରରେ ଏସିଡିଟି ସମସ୍ୟା ହୋଇଯାଏ।

ଏହାସହ ରାତିରେ ଖଟା ଫଳ ଖାଇ ଶୋଇବା ଦ୍ବାରା କାଶ ଓ ତଣ୍ଟି ଦରଜ ପରି ସମସ୍ୟା ହୋଇଥାଏ।

ରାତିରେ ଭିଟମିନ-ସି ଖାଇବା ଦ୍ବାରା ନିଦ ଠିକ ଭାବେ ହୋଇନଥାଏ।

ରାତି​‌ରେ ଖଟା ଫଳ ଖାଇବା ଦ୍ବାରା ଓଜନ ନିୟନ୍ତ୍ରିତ ହୋଇପାରେ ନାହିଁ। ଏପରି ହେବା ଦ୍ବାରା ଶରୀରରେ ଜଳର ମାତ୍ରା ବୃଦ୍ଧି ହୋଇଯାଏ। ଓଜନ ବୃଦ୍ଧି ହୋଇଥାଏ।

ରାତିରେ ଖଟା ଫଳ ଖାଇବା ଦ୍ବାରା ବାତ, ପିତ୍ତ ଓ କଫ ସମସ୍ୟା ବୃଦ୍ଧି ପାଇଥାଏ।

ରାତି​‌ରେ ଖଟା ଫଳ ଖାଇବା ଦ୍ବାରା ଅସ୍ତବ୍ୟସ୍ତ ଲାଗିଥାଏ। ଖାଦ୍ୟ ଠିକ ଭାବେ ହଜମ ନ ହେବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇଥାଏ।
ଏହାଦ୍ବାରା ଏସିଡିଟି ସମସ୍ୟା ବୃଦ୍ଧି ପାଇଥାଏ। ଓଜନ ମଧ୍ୟ ବୃଦ୍ଧି ପାଇଥାଏ।

Leave A Reply