ଜାଣନ୍ତୁ, ଫଳ ଖାଇବାର ଉପଯୁକ୍ତ ସମୟ

0

କମଳା: କମଳାକୁ ସକାଳେ ଓ ସନ୍ଧ୍ୟା ବେଳେ ଖାଇବା ଉଚିତ ନୁହେଁ। ଏହି ଫଳକୁ ଅପରାହ୍ନରେ ଖାଇବା ଉଚିତ। କମଳାରେ ଭିଟାମିନ ସି ଥିବାରୁ ଏହାକୁ ଖାଇଲେ ଆମ ଶରୀରର ପାଚନ କ୍ରିୟା ସଠିକ୍‍ ରୂପେ ହୋଇଥାଏ।

ଆମ୍ବ: ଖରାଦିନେ ଆମ୍ବ ଖାଇବାକୁ ଇଚ୍ଛା ହୁଏ ଓ ଆମ୍ବ ମଧ୍ୟ ଖରାଦିନେ ବହୁତ ମିଳେ। ଆମ୍ବକୁ ଜୁସ କରି ପିଇଲେ ଅନେକ ପ୍ରୋଟିନ ମିଳିଥାଏ। ତେଣୁ ବ୍ୟାୟାମ କରିବାର ଅଧଘଣ୍ଟା ପୂର୍ବରୁ ଆମ୍ବ ଜୁସ ପିଅନ୍ତୁ।

ପଇଡ଼: ପଇଡ଼କୁ ଦିନ ୧୧ଟା ଭିତରେ ପିଇବା ଉଚିତ। ପଇଡ଼ ପାଣି ମୁହଁରେ ମାରିଲେ ମୁହଁରେ ଥିବା ଦାଗ ଛାଡ଼ିଯାଇଥାଏ। ପଇଡ଼ ଶରୀରରେ ପାଣିର ମାତ୍ରାକୁ ସ୍ଥିର କରିଥାଏ।

ଅଙ୍ଗୁର: ଅଙ୍ଗର କିମ୍ବା ଅଙ୍ଗୁର ଜୁସ ପିଇଲେ ଶରୀରରେ ପାଣିର ମାତ୍ରା ଠିକ୍‍ ରଖିଥାଏ। ରାତିରେ ନିଦ ମଧ୍ୟ ଭଲ ହୋଇଥାଏ।

କମଳା ଲେମ୍ବୁ: କମଳା ଲେମ୍ବୁ ଅପରାହ୍ନ ସମୟରେ ଖାଇବା ଉଚିତ୍‍। ଶରୀରରେ ଲେମ୍ବୁ ଯେପରି କାମ କରେ ସବୁଜ କମଳା ମଧ୍ୟ ସେହିପରି କାମ କରିଥାଏ। ଏହାର ଜୁସ ପିଇବା ଶରୀର ପାଇଁ ଜରୁରୀ ଅଟେ। ଏହା ଡ଼ାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ।

 

Leave A Reply