ବିଟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ।।

0

ବିଟ ଦ୍ବାରା ଆମ ଶରୀରର ଅନେକ ଲାଭ ହୋଇଥାଏ। ଅନେକ ଲୋକ ବିଟକୁ ସାଲାଡ ରୂପେ ଖାଇଥାନ୍ତି। ବିଟର ଜୁସ ପିଇବା ଆମ ଶରୀର ପାଇଁ ଲାଭଦାୟକ ଅଟେ। ଏଥିରେ ଅଧିକ ପରିମାଣରେ ଭିଟାମିନ,ମିନେରାଲ୍ସ,ଆଇରନ ଓ କ୍ୟାଲସିୟମ ରହିଛି। ଆସନ୍ତୁ ଜାଣିବା ବିଟ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଅଟେ।

ବିଟର ଜୁସ ପ୍ରତିଦିନ ପିଇବା ଦ୍ବାରା ଉଚ୍ଚ ରକ୍ତଚାପ ଆୟତ୍ତରେ ରହିଥାଏ।

ବିଟର ଜୁସ ଶରୀରରେ ପ୍ଲାଜମା ନାଇଟ୍ରେଟର ସ୍ତର ବଢାଇବାରେ ସାହାଯ୍ୟ କରିଥାଏ।ଯାହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାସହ ମଣିଷ ଶରୀରରେ ରକ୍ତ ସଞ୍ଚାଳନ ଠିକ ହୋଇଥାଏ। ବିଟ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

ବିଟରେ ଭରପୂର ମାତ୍ରାରେ ପୋଟାସିୟମ ଥାଏ। ଏହା ଦ୍ବାରା ଆମ ଶରୀରରେ ଥିବା ଶିରାପ୍ରଶିରା ଠିକ ରୂପେ କାମ କରିଥାଏ। ଶରୀରରେ ପୋଟାସିୟମର ମାତ୍ରା କମ ହୋଇଗଲେ ବ୍ୟକ୍ତି ଶୀଘ୍ର ଥକି ଯାଏ ଓ କାମ କରିବାକୁ ଇଚ୍ଛା ହୋଇ ନଥାଏ। ତେଣୁ ବିଟ ଜୁସକୁ ପ୍ରତିଦିନ ପିଇବା ଉଚିତ।

ଶରୀରରେ ମେଦବହୁଳତାର ସ୍ତର ବଢିଗଲେ ସକାଳେ ବିଟ ଜୁସ ପିଅନ୍ତୁ। ଏହା ଅତ୍ୟନ୍ତ ଲାଭଦାୟକ ହେବ।

ରକ୍ତହୀନତା ରୋଗରେ ପୀଡିତ ଥିବା ବ୍ୟକ୍ତି ବିଟ ଖାଇବା ଦ୍ବାରା ଶରୀରରେ ନୂଆ ରକ୍ତ କୋଷ ସୃଷ୍ଟି ହୋଇଥାଏ ଓ ରକ୍ତର ଅଭାବକୁ ଦୂର କରିଥାଏ।

ମଧୁମେହ ରୋଗୀଙ୍କ ପାଇଁ ବିଟ ଉତ୍ତମ ଅଟେ। ଏହାକୁ ଖାଇବା ଦ୍ବାରା ଆପଣ ସୁସ୍ଥ ରହିବେ।

ବିଟ ମଧ୍ୟ କ୍ୟାନସ ରୋଗୀଙ୍କ ପାଇଁ ଆଶୀର୍ବାଦ ସଦୃଶ କାମ କରିଥାଏ।

Leave A Reply