ଜାଣନ୍ତୁ ‘ଫ୍ରୁଟ କ୍ରିମ୍‌ ଚାଟ’ ପ୍ରସ୍ତୁତ କରିବାର ବିଧି

0

ଆବଶ୍ୟକ ସାମଗ୍ରୀ :
ଫ୍ରୁଟ୍‌ କ୍ରିମ୍‌- ଦେଢ଼ କପ୍‌
ଚିନି(ଗୁଣ୍ଡ)- ୧/୩ କପ୍‌
ସେଓ- ୧ଟି
ଆମ୍ବ- ୧ଟି
ପାଚିଲା କଦଳୀ-୧ଟି
କମଳା- ୧ଟି
ଅଙ୍ଗୁର- ୧୦୦ଗ୍ରାମ୍‌
କାଜୁ- ୬ରୁ ୭ଟି
କିସ୍‌ମିସ୍‌- ୬ରୁ ୭ଟି
ଋୁହ୍‌ ଅଫଜା- ୨ଛୋଟ ଚାମଚ


ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଫ୍ରୁଟ୍‌ କ୍ରିମ୍‌ରେ ଚିନି ମିଶାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । ତାପରେ ସେଓ,ଆମ୍ବ,କଦଳୀକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । କମଳାକୁ ମଧ୍ୟ ଚୋପା ଛଡ଼ାଇ ଭଲ ଭାବରେ ସଫା କରି ଦିଅନ୍ତୁ । ଅଙ୍ଗୁରକୁ ଭଲ ଭାବରେ ଧୋଇ ସେଥିରୁ ମଞ୍ଜି ବାହାର କରି ଦିଅନ୍ତୁ । କାଜୁକୁ ଛୋଟ ଛୋଟ କରି କାଟି ରଖନ୍ତୁ ।
କଟା ଯାଇଥିବା ଫଳକୁ ଗୋଟେ ପାତ୍ରରେ ରଖନ୍ତୁ । ଅନ୍ୟ ଏକ ପାତ୍ରରେ କ୍ରିମ୍‌ ନେଇ ସେଥିରେ ସବୁ ଫଳକୁ ମିଶାଇ ଦିଅନ୍ତୁ । ତା ଉପରେ ରୁହ୍‌ ଅଫଜା ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ତାପରେ କିଛି ସମୟ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ । ଫ୍ରିଜ୍‌ରୁ କାଢି ତା ଉପରେ କାଜୁ,କିସମିସ୍‌ ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇ ଗଲା ଆପଣଙ୍କ ଫ୍ରୁଟ୍‌ କ୍ରିମ୍‌ ଚାଟ ।

Leave A Reply