ଶୁକ୍ରବାର ରାଶିଫଳ

0

ମେଷ: ସାମାଜିକ କ୍ଷେତ୍ରରେ ସଂପର୍କ ଅଧିକରୁ ଅଧିକ ଲାଭ ହେବ। ମନୋବଳ ଦୃଢ଼ ରହିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ମିଳିବ। ଦିନଟି ଶୁଭମୟ ହେବ। ଋଣ ପରିଶୋଧ କରିବେ।

ବୃଷ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ କାରବାର କରିବାକୁ ପଡ଼ିବ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି।

ମିଥୁନ: ଧୈର୍ଯ୍ୟ ଧରି ଶୁଭକାର୍ଯ୍ୟ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। କୃଷି କାର୍ଯ୍ୟରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ।

କର୍କଟ: ଧନବାନ ହୋଇ ସୁଖଭୋଗ କରିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଆପଣଙ୍କ ଶ୍ରମ ସାର୍ଥକ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।

ସିଂହ: କର୍ମକ୍ଷେତ୍ରରେ କାର୍ଯ୍ୟକୁ ତ୍ୱରାନ୍ନିତ କରିବାରେ ସକ୍ଷମ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ପରୋପକାରୀ ହୋଇପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସୁ-ସଂପର୍କ ରହିବ।

କନ୍ୟା: ସୁଖ-ସମ୍ମାନ ଲାଭ କରିପାରନ୍ତି। ଭଲ ରୋଜଗାର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।

ତୁଳା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ପରିସ୍ଥିତି ଉପୁଜି ପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ। ମଧୁରଭାଷୀ ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।

ବିଛା: ମନ ପ୍ରସନ୍ନ ରହିବ। ଶୁଭ ଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିବେ। କରିତ୍କର୍ମା ହେବେ।

ଧନୁ: କାର୍ଯ୍ୟ ଯେତେ ଜଟିଳ ହେଲେ ବି ତା’ର ସୁପରିଚାଳନା କରି ସନ୍ତୁଷ୍ଟ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁ-ସମ୍ବାଦ ମିଳିପାରେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ମକର: କୌଣସି ଏକ ସେବା ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ବ୍ୟବହାର କରି ଲୋକପ୍ରିୟ ହେବେ। ବିବାଦରେ ବିଜୟୀ ହେବେ।

କୁମ୍ଭ: ଅସୁସ୍ଥତା ଧୀରେ ଧୀରେ ଉପଶମ ହେବ। ଦାତା, ଭୋକ୍ତା ଓ ଗୁଣବାନ ହୋଇପାରନ୍ତି। ଧନାଗମ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା, ସତର୍କରେ ଚଳିବେ।

ମୀନ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖାଦ୍ୟ ପାଇ ଆତ୍ମତୃପ୍ତି ଲାଭ କରିବେ। ସୁଖୀ ହେବେ।

Leave A Reply