ଶୁକ୍ରବାର ରାଶିଫଳ

0

ମେଷ: ମୁଣ୍ଡ ଉପରୁ ଦାୟିତ୍ୱ ଚାଲିଯାଇପାରେ। ଏଥି ପାଇଁ ସାମୟିକ ଭାବେ ବ୍ୟଥିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ଧର୍ମାତ୍ମା ପ୍ରବାସପ୍ରିୟ ବିଦ୍ୱାନ ଓ ସାହସୀ ହେବେ।

ବୃଷ: ଖର୍ଚ୍ଚାନ୍ତ ହେବାରୁ ବ୍ୟତିବ୍ୟସ୍ତ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ସ୍ତ୍ରୀ ଧନ ହେତୁ ଅବସ୍ଥାର ସୁଧାର ଆସିପାରେ। ମନ୍ତ୍ରଣାଦାତା ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମିଥୁନ: ମିତ୍ର ଲାଭର ସୂଚନା ମିଳୁଛି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହେବ। ନିଜ ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳ ହେବେ। ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।

କର୍କଟ: ସୁଯୋଗର ଉପଯୋଗ କରିପାରନ୍ତି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ବହୁ ସୁନାମର ଅଧିକାରୀ ହେବେ।

ସିଂହ: ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିବେ। ମନରେ ଉଦ୍‌ବେଗ ଜାତ ହୋଇପାରେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ବଢ଼ିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।

କନ୍ୟା: ସମ୍ମାନିତ ହୋଇପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଅନୁସରଣ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିପାରନ୍ତି। କୃଷି କର୍ମରେ ମନ ଦେବେ। ବୁଦ୍ଧିମାନ ହେବେ।

ତୁଳା: ନିଜର କର୍ତ୍ତବ୍ୟନିଷ୍ଠାର ସହ ପାଳନ କରିବେ। ମନରେ ପ୍ରସନ୍ନତା ଦେଖାଦେବ। ଆସ୍ତିକ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଧାର୍ମିକ ବନ୍ଧୁପ୍ରେମୀ ଓ ବିଦ୍ୱାନ ହେବେ। ବିବାଦରେ ବିଜୟୀ ହେବେ।

ବିଛା: ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ମନରେ ଉଦ୍‌ବେଗ ଜାତ ହୋଇପାରେ। ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ ଓ ଶାନ୍ତି ପ୍ରିୟ ହେବେ। ପରଦେଶବାସୀ ହୋଇପାରନ୍ତି। ଆଳାପ ଆଲୋଚନା ଦ୍ୱାରା ଅନ୍ୟର ମନ କିଣି ପାରନ୍ତି। ବ୍ୟବସାୟ ଲାଭରେ ଚାଲିବ।

ଧନୁ: ବହୁ ଶୁଭଫଳର ସଙ୍କେତ ମିଳୁଛି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ପାଇଁ ମନ ବଳାଇବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ବନ୍ଧୁ ସହଯୋଗ ମିଳିବ।

ମକର: ମାର୍ଗ କଣ୍ଟକମୟ ହୋଇପାରେ। ତଥାପି ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତପ୍ରିୟ ହେବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ଖର୍ଚ୍ଚ ପରିମାଣ ଅଧିକ ହେବ।

କୁମ୍ଭ: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଘର ବାହାରେ ଜୀବନ ବିତାଇବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ଘାତଚନ୍ଦ୍ର ହେତୁ ସତର୍କରେ ଚଳିବେ।

ମୀନ: ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ସଫଳତା ମିଳିବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ଓ କୀର୍ତ୍ତିମାନ ହେବେ। ନିଜ ପରିବାର ପ୍ରତି ସଦିଚ୍ଛା ଭାବ ରହିବ।

Leave A Reply