ଶୁକ୍ରବାର ରାଶିଫଳ

ମେଷ: କାର୍ଯ୍ୟ କରିବା ପାଇଁ ନିର୍ଭରଶୀଳ ହୋଇପାରନ୍ତି। ଆଳସ୍ୟ ପରିତ୍ୟାଗ କରିବେ। ଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିଭାବେ ସାମାଜିକସ୍ତରରେ ପ୍ରତିଷ୍ଠା ଲାଭ କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ। ଧନାଗମ ହେବ।

ବୃଷ: ନିର୍ଭରଶୀଳ ନ ହୋଇ ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟରେ ଆଗକୁ ବଢ଼ିବେ। ଆୟ ଆଶାନୁରୂପ ହେବ। ମଧ୍ୟାହ୍ନରେ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ। ସୁସ୍ଥ ଓ ନିରାମୟ ରହିବେ।

ମିଥୁନ: ଶୁଭକାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇପାରେ। ଥଣ୍ଡା-କଫଜନିତ ସାମାନ୍ୟ କଷ୍ଟ ଭୋଗ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମିଠାକଥା କହି ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

କର୍କଟ: ଆବଶ୍ୟକ ଥିବା ସହାୟତା ମିଳିପାରେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀସ୍ତରରେ ସମ୍ମାନିତ ହେବେ। ସୁଖୀ ହେବେ।

ସିଂହ: ଅପ୍ରିୟ ପରିସ୍ଥିତିରୁ ଉଧୁରୀ ଯିବେ। ଅକ୍ଳେଶରେ କାର୍ଯ୍ୟ ହାସଲ କରିବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହୋଇପାରନ୍ତି।

କନ୍ୟା: ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ଧନ-ସମ୍ପଦ ପ୍ରାପ୍ତ ହେବେ। ପ୍ରବଳ ଉଦ୍ୟୋଗୀ ହୋଇପାରନ୍ତି। ଆଶ୍ୱସ୍ତି ମିଳିବ।

ତୁଳା: ଚାପରେ ପଡ଼ି କାର୍ଯ୍ୟ କରିବାକୁ ଆପଣଙ୍କୁ ବାଧ୍ୟ କରାଯାଇ ପାରେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଭାଗ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବିଛା: ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ପରିସ୍ଥିତି ଜଟିଳ ହୋଇପାରେ। ବନ୍ଧୁ ସହାୟତାରୁ ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ସୁପରାମର୍ଶରେ କାର୍ଯ୍ୟ କରିବେ।

ଧନୁ: ପରିଶ୍ରମର ମୂଲ୍ୟାଙ୍କନ ହେବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁ ବିନାଶକାରୀ ହେବେ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ଅଗ୍ନିମାନ୍ଦ୍ୟରେ ସାମାନ୍ୟ ଅସୁସ୍ଥ ହୋଇପାରନ୍ତି।

ମକର: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଭାବେ ଧନଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ।

କୁମ୍ଭ: ଯେକୌଣସି ସୂତ୍ରରୁ ହଠାତ୍‍ କିଛି ଅର୍ଥ ମିଳିପାରେ। ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। କୃଷିକର୍ମକାରୀ ହେବେ। ଜଳ ସଂରକ୍ଷକ ହେବେ।

ମୀନ: ଅଯାଚିତ ସାହାଯ୍ୟ ମିଳିପାରେ। ମନ ପ୍ରସନ୍ନ ରହିବ। ମେଳାପୀ ପ୍ରକୃତିର ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ।

Comments are closed.