ଶୁକ୍ରବାର ରାଶିଫଳ

ମେଷ: ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। କୁଳ ଉଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହେବେ। ଯଶସ୍ବୀ ହେବେ। ବ୍ୟବସାୟ ଲାଭଜନକ ହେବ।

ବୃଷ: ଚିନ୍ତାମୁକ୍ତ ହୋଇପାରନ୍ତି। ଭ୍ରମଣ ଯୋଗ ଅଛି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ଇଚ୍ଛା କରୁଥିବା ସହାୟତା ମିଳିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସର୍ଦି-କଫରେ ପୀଡ଼ିତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ହେବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଘଟିବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ବ୍ୟବସାୟଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ସୁଖୀ ହେବେ।

ସିଂହ: କାର୍ଯ୍ୟର ଚାପ ଅଧିକତର ହୋଇପାରେ। ଦାମ୍ଭିକତା ଦେଖାଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

କନ୍ୟା: ନୂତନ ଗୃହକ୍ରୟ କରିବାର ସୁଯୋଗ ପାଇପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।

ତୁଳା: ଅଶାନ୍ତି ଦୂରେଇ ଯିବ। କଳହରୁ ନିବୃତ୍ତି ଯିବେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ବୁଦ୍ଧିମାନ୍‍ ହେବେ।

ବିଛା: ଧନ-ସମ୍ପଦରେ ବୃଦ୍ଧି ଘଟିବ। ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟରେ ଲାଗି ପଡ଼ିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫଜନିତ ପୀଡ଼ା ଭୋଗ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ।

ଧନୁ: ବିରୋଧୀ ଶତ୍ରୁସହ ମୁହାଁମୁହିଁ ହେବେ। ସୌଜନ୍ୟତା ପ୍ରକାଶିିତ ହେବ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଜଣେ ବିଚାରବନ୍ତ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ।

ମକର: କାର୍ଯ୍ୟରେ ବାଧା ଉପୁଜି ପାରେ; ମାତ୍ର ବୁଦ୍ଧିବଳରେ ବାଧାବିଘ୍ନକୁ ଏଡ଼ାଇ କାର୍ଯ୍ୟର ସଫଳ ରୂପାୟନ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ଯୁଦ୍ଧ କ୍ଷେତ୍ରରେ ପାରଙ୍ଗମ ହେବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କୁମ୍ଭ: କାର୍ଯ୍ୟରେ ଉନ୍ନତି ଘଟିବ। ବ୍ୟୟ ପରିମାଣ ଅଧିକ ହେବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମିଠାକଥା କହି କାର୍ଯ୍ୟ ହାସଲ କରିବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

ମୀନ: କାର୍ଯ୍ୟଭାର ବଢ଼ି ଯାଇପାରେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି।

Comments are closed.