ଶୁକ୍ରବାର ରାଶିଫଳ

0

ମେଷ: ସୁଖ, ସମ୍ମାନ ଲାଭ କରିପାରନ୍ତି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ। ସରକାରୀ ଅର୍ଥ ମିଳିବ। ଗୃହ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ସବୁ କିଛି ମିଳିବ।
ବୃଷ: ଧନବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ। ନୃତ୍ୟ-ସଙ୍ଗୀତପ୍ରିୟ ହେବେ।
ମିଥୁନ: ବହୁ ଭ୍ରମଣର ସୁଯୋଗ ମିଳିବ। ବୁଦ୍ଧିମାନ୍‌ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳିବ। ସରକାରୀ ମାନ୍ୟତା ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।
କର୍କଟ: ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖଭୋଗ କରିବେ। ସୁବର୍ଣ୍ଣାଦି ଧାତୁ ଦ୍ରବ୍ୟ ଓ ମୂଲ୍ୟବାନ୍‌ ବସ୍ତ୍ର ପରିଧାନ କରିପାରନ୍ତି। ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
ସିଂହ: ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟିବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ଅବଶିଷ୍ଟ ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟ ଲାଭଜନକ ହେବ। ବଳଶାଳୀ ହୋଇପାରନ୍ତି। ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ।
କନ୍ୟା: ହଠାତ୍‌ କିଛି ଅର୍ଥ ମିଳିବ। ବ୍ୟବସାୟ ଲାଭରେ ଚାଲିବ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଗୁଣଜ୍ଞ ହେବେ। ବହୁଧନ ପ୍ରାପ୍ତିର ସୂଚନା ମିଳୁଛି। ଦୟାଳୁ ସ୍ବଭାବର ହୋଇପାରନ୍ତି। ରାଜପୂଜା ମିଳିବ। ଲୋକ ସଂପର୍କ ବୃଦ୍ଧି ହେବ।
ତୁଳା: ଅଧିକ ପରିଶ୍ରମର ସମ୍ମୁଖୀନ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଯଶସ୍ବୀ ହେବେ। କୃଷି କ୍ଷେତରୁ ଭଲ ଲାଭ ମିଳିବ। ଯାନବାହନ ସୁଖ ମିଳିପାରେ। ଶ୍ରେଷ୍ଠ ପଦ-ପଦବୀ ମିଳିପାରେ। ମୁରବି ତୁଲ୍ୟ ହେବେ।
ବିଛା: ଆଶାବାଦୀ ହେବେ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ପ୍ରତିଯୋଗିତାରେ ଆଶାନୁରୂପ ଫଳ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ବୀ ହେବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ମନରେ ଗର୍ବଭାବ ରହିବ।
ଧନୁ: ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଉପୁଜିଥିବା ସଙ୍କଟ ଦୂର ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ଭାଗ୍ୟଶାଳୀ ହେବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ଓ କୀର୍ତ୍ତିମାନ୍‌ ହେବେ।
ମକର: ସୃଜନଶୀଳ ହୋଇପାରନ୍ତି। ଆପଣଙ୍କ ପ୍ରତିଭା ବିକଶିତ ହେବ। ଧନଯୁକ୍ତ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ସହାୟତା ମିଳିବ। କରଜ ସୁଝିପାରନ୍ତି।
କୁମ୍ଭ: ଧୈର୍ଯ୍ୟବାନ୍‌ ହେବେ। ସାହସୀ ହୋଇପାରନ୍ତି। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଉତ୍ସାହିତ ହୋଇ ନୂତନ କାର୍ଯ୍ୟ​‌େ​‌ର ହାତ ଦେବେ। ଗୁରୁ-ବ୍ରାହ୍ମଣ ପ୍ରିୟ ହୋଇପାରନ୍ତି। ପତ୍ନୀଙ୍କ କଥା ଉପରେ ଗୁରୁତ୍ବ ଦେବେ।
ମୀନ: ପରିଶ୍ରମର ମୂଲ୍ୟ ମିଳିବ। ଧର୍ମ ଭାବନା ମନରେ ରହିବ। ମନରେ ସରସତା ଜାତ ହୋଇପାରେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଶୁଭ କର୍ମପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି। ସରକାରୀ ମାନ୍ୟତା ସହ ଅର୍ଥ ମିଳିବ।

Leave A Reply