ଶୁକ୍ରବାର ରାଶିଫଳ

0

ମେଷ: ଗୃହରୁ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉଚ୍ଚ ଆଶା ଫଳବତୀ ହୋଇପାରେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିବାଦରେ ବିଜୟୀ ହେବ। ପ୍ରତିଯୋଗିତାରେ ଶୀର୍ଷ ସ୍ଥାନକୁ ଉଠି ପାରନ୍ତି।
ବୃଷ: ନବବସ୍ତ୍ର ପରିଧାନ କରି ଖୁସି ହେବେ। ଆପଣଙ୍କ ଅନୁରୋଧ ଶୁଭଦାୟକ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ-ଧନ ହେତୁ ସୁଖୀ ହେବେ। କାବ୍ୟ ରଚିତା ହେବେ।
ମିଥୁନ: କାର୍ଯ୍ୟକ୍ରମ ସପକ୍ଷରେ ଥିବାରୁ ସୁଖ ଅନୁଭବ କରିବେ। କ୍ଷମତାଶୀଳ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ସୌଭାଗ୍ୟ ଉଦୟ ହୋଇଛି। ସୁଖ ମିଳିବ। ଶତ୍ରୁ ବିନାଶ କରିବା ସହ ସର୍ବାଙ୍ଗୀଣ ଉନ୍ନତି ହେବ।
କର୍କଟ: ପଥ ହୁଡ଼ି ପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ବିଶେଷ ଉପକୃତ ହେବେ। ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦିରେ ପଟୁତା ଅର୍ଜନ କରିବେ। ଧନ ଓ ଯାନବାହନ ସୁଖ ଅଛି।
ସିଂହ: ମନ ଉଦ୍‌ବିଘ୍ନ ରହିପାରେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟୟାଧିକ ହୋଇପାରେ। କୀର୍ତ୍ତିମାନ୍‌ ହେବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଜାଗ୍ରତ ହେବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିପାରନ୍ତି। ପରିଶ୍ରମ ମୂଲ୍ୟ ମିଳିବ। ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ବିଳାସ-ବ୍ୟସନରେ ସମୟ ଅତିବାହିତ କରିବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି।
ତୁଳା: କାର୍ଯ୍ୟରେ ଆଗକୁ ବଢ଼ିପାରନ୍ତି। ଜନସେବାରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଜନୈକା ମହିଳାଙ୍କ ସହାୟତା ମିଳିପାରେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ହେବେ। ହର୍ଷଯୁକ୍ତ ସୁଭାଷୀ ହେବେ।
ବିଛା: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ଶତ୍ରୁ ବିନାଶ କରି ଧନଭୋଗ କରିବେ। ତେଜୀୟାନ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଜୁଟିଛି।
ଧନୁ: ସୁମିତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି। ଜିତେନ୍ଦ୍ରିୟ ହେବେ। ପୁତ୍ର, ପୌତ୍ରର ଅଧିକାରୀ ହୋଇପାରନ୍ତି। ପରାକ୍ରମୀ ହୋଇପାରନ୍ତି। ବିଖ୍ୟାତ କୀର୍ତ୍ତିମାନ୍‌ ହୋଇପାରନ୍ତି। ଜନବଲ୍ଲଭ ଭାବେ ସମାଜରେ ପରିଚୟ ସୃଷ୍ଟି କରିବେ।
ମକର: ମାନସିକ ସ୍ତରରେ ଉଦ୍‌ବେଗ ଜାତ ହୋଇପାରେ। କୌଣସି ଏକ ନିର୍ଦିଷ୍ଟ କାରଣରୁ କ୍ରୋଧିତ ହୋଇପାରନ୍ତି। ସାମର୍ଥ୍ୟର ପରିଶ୍ରମ କରି ଆଗକୁ ବଢ଼ିବେ। ଧନାଗମର ସୂଚନା ମିଳୁଛି। ଧନ-ଯାନବାହନ ଓ ସରକାରୀ ଅର୍ଥ ମିଳିପାରେ।
କୁମ୍ଭ: ବାଦ-ବିବାଦୀୟ ଘଟଣାରେ ବିଜୟୀ ହେବେ। ଇଚ୍ଛା ନ ଥିଲେ ବି ପର ଚର୍ଚ୍ଚା ଶୁଣିପାରନ୍ତି। କୃଷି ଲାଭ ମିଳିପାରେ। ବିଳାସ-ବ୍ୟସନ କରିପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ନୀତିନିଷ୍ଟ ଭାବେ ନିଜର ପରିଚୟ ସୃଷ୍ଟି କରିବେ।
ମୀନ: ଏକ ନିର୍ଦିଷ୍ଟ କାର୍ଯ୍ୟ ପାଇଁ ଆଶାବାଦୀ ହେବେ। ନିଜକୁ କଳହମୁକ୍ତ, ରଖି ପାରିଲେ ଲୋକମାନଙ୍କର ବିଶ୍ବାସ ଭାଜନ ହେବେ। ନିର୍ବାଚନରେ ଜିତାପଟ ନେଇପାରନ୍ତି। ସମର୍ଥକମାନଙ୍କ ଗ୍ରହଣରେ ବିଜୟ, ଉଲ୍ଲାସ କରିପାରନ୍ତି। ଭୋଗୀ ହୋଇପାରନ୍ତି।

Leave A Reply