ଶୁକ୍ରବାର ରାଶିଫଳ

ମେଷ: ଭାବି-ଚିନ୍ତି କାର୍ଯ୍ୟ ନ କଲେ ପଥଭ୍ରଷ୍ଟ ହେବାର ଆଶଙ୍କା ଅଛି। ସେବା-ପୂଜାରେ ମନୋନିବେଶ କରିବେ। ଚିନ୍ତାଧାରା ଉନ୍ନତମାନର ହେବ। ପାରିବାରିକ ସୁଖ ମିଳିପାରେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ।
ବୃଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ସନ୍ତାନ ଲାଭର ସୂଚନା ମିଳୁଛି। କଳେବଳେ, କୌଶଳରେ ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାର ସୂଚନା ମିଳୁଛି।
ମିଥୁନ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦୃଢ଼ ମନୋବଳ ନେଇ ଅସାଧ୍ୟ ସାଧନ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ବିଭିନ୍ନ କାର୍ଯ୍ୟରେ ସଫଳତା ଲାଭ କରିବେ। କାର୍ଯ୍ୟ କଲାବେଳେ ବିପଦର ସମ୍ମୁଖୀନ ହେବା ଆଶା କରାଯାଏ।
କର୍କଟ: ମୋହବତ୍‍ରେ ପଡ଼ି ଭୁଲ କାର୍ଯ୍ୟ କରିପାରନ୍ତି। ହୃଦୟରେ ଅହଙ୍କାର ଜାତ ହୋଇପାରେ। ଯେକୌଣସି ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖଭୋଗ କରିବେ। ବିଭିନ୍ନ ଦିଗରୁ ଧନ ଲାଭ ହୋଇପାରେ। ଯେସାକୁ-ତେସା ବ୍ୟବସ୍ଥା କରିବେ।
ସିଂହ: ସହକର୍ମୀଙ୍କୁ ସହାୟତା କରିପାରନ୍ତି। କଳହଠାରୁ ନିଜକୁ ଦୂରେଇ ରଖିବେ। କୃଷି କର୍ମକୁ ତ୍ୱରାନ୍ୱିତ କରିବାରେ ସଫଳ ହେବେ। ମେଳାପୀ ହେବେ। ଶ୍ରେଷ୍ଟ ପଦ-ପଦବୀରେ ଆସୀନ ହୋଇପାରନ୍ତି। ସରକାରଙ୍କ କୃପାପାତ୍ର ହେବେ।
କନ୍ୟା: ଅଯାଚିତ ସାହାଯ୍ୟ ମିଳିପାରେ। ବିଭିନ୍ନ ପ୍ରତିଯୋଗିିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇପାରନ୍ତି। ବହୁଭାଷୀ ହେବେ। ସକଳ ଗୁଣର ଆଧାର ହେବେ। ସୁଖୀ ହେବେ। କାବ୍ୟ-ଶାସ୍ତ୍ରାନୁରକ୍ତ ହେବେ। ପରର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ।
ତୁଳା: କାର୍ଯ୍ୟରେ ଅସଙ୍ଗତି ଦେଖା ଦେଇପାରେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଶ୍ରେଷ୍ଠ ପଦବୀରେ ଆସୀନ ହେବେ। ମହା ପ୍ରଭାବଶାଳୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଧନଲାଭର ସୂଚନା ମିଳୁଛି। ପ୍ରୀତିପୂର୍ଣ୍ଣ ହେବେ।
ବିଛା: ଗୁରୁଜନଙ୍କ ପାଇଁ ଚିନ୍ତା ବୃଦ୍ଧି ହେବ। ଆଶାବାଦୀ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।
ଧନୁ: ଯେତେ ବିଶୃଙ୍ଖଳା ଉପୁଜିଲେ ବି କାର୍ଯ୍ୟ ଧାରାରେ ପରିବର୍ତ୍ତନ ହେବ ନାହିଁ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ମଧୁର ସମ୍ଭାଷଣରେ ଲୋକଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ।
ମକର: ଯାତ୍ରାଦିରୁ ଆନନ୍ଦ ମିଳିବ। ଆୟ ଆଶାନୁରୂପ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲୋକପ୍ରିୟ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ଜନିତ ସୁଖ ମିଳିପାରେ। କୀର୍ତ୍ତିମାନ ହେବେ। ଗୁଣୀ ହେବେ। ପ୍ରସନ୍ନତା ଲାଭ କରିବେ।
କୁମ୍ଭ: ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି। ସ୍ଥିର ସ୍ୱଭାବର ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ନୀତି ନିଷ୍ଠ ହେବେ। ପ୍ରାଣୀମାନଙ୍କ ପାଇଁ ଦୟାର ଅବତାର ହୋଇପାରନ୍ତି। ଗୁଣବାନ୍‍ ହେବା ଆଶାକରାଯାଏ।
ମୀନ: ଭ୍ରମଣାଦିରେ ଶାନ୍ତି ପାଇବେ। କର୍ମଚଞ୍ଚଳ ରହିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ସନ୍‍ମାର୍ଗୀ ହେବେ। କାର୍ଯ୍ୟରେ ପ୍ରସିଦ୍ଧି ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ-ଧରେଣାରେ ବିଶ୍ୱାସୀ ହୋଇପାରନ୍ତି।

Comments are closed.