ଟ୍ରମା ରୋଗୀଙ୍କୁ ମାଗଣା ଚିକିତ୍ସା ; ୩ ଘରୋଇ ହସ୍ପିଟାଲ ସାମିଲ

ଭୁବନେଶ୍ବର : ଟ୍ରମା ରୋଗୀଙ୍କୁ ପ୍ରଥମ ୪୮ ଘଣ୍ଟା ମାଗଣା ଚିକିତ୍ସା ଯୋଗାଇଦେବାକୁ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।  କଟକ ଓ ଭୁବନେଶ୍ବର ୩ଟି ଘରୋଇ ହସ୍ପିଟାଲକୁ ଏହି ନିର୍ଦ୍ଦେଶ ଦିଆଯାଇଛି।  କଟକର ଅଶ୍ବିନୀ ହସ୍ପିଟାଲ , ଭୁବନେଶ୍ବରର ଆପୋଲୋ ଏବଂ ଆମ୍ରି ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାଗଣା ଚିକତ୍ସା ଖର୍ଚ୍ଚ ‘ଫ୍ରୀ ଟ୍ରିଟମେଣ୍ଟ ଟୁ ଟ୍ରମା ଫଣ୍ଡ ’ରୁ ଭରଣା କରାଯିବ ବୋଲି ସୂଚନା ଦିଆଯାଇଛି ।

Comments are closed.