ମୁକ୍ତ ବାଣିଜ୍ୟ ରାଜିନାମା ଦ୍ବାରା ଉପକୃତ ହେଉନାହାନ୍ତି ଭାରତୀୟ ରପ୍ତାନୀକାରୀ : ନିର୍ମଳା ସୀତାରମଣ

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ମେକାନିଜିମ୍ ପ୍ରସ୍ତୁତ କରାଯାଉଛି

ଚେନ୍ନଇ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତ ଯେଉଁ କେତେକ ଦେଶ ସହିତ ମୁକ୍ତ ବାଣିଜ୍ୟ ରାଜିନାମା କରିଛି, ତହା ଦ୍ୱାରା ଭାରତୀୟ ରପ୍ତାନୀକାରୀ ଆନୁପାତିକଭାବେ ଉପକୃତ ହେଉନାହାନ୍ତି । ଅନ୍ୟପକ୍ଷରେ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ମେକାନିଜିମ୍ ପ୍ରସ୍ତୁତ କରିବା ଉପରେ ସେ ଗରୁତ୍ବାରୋପ କରିଛନ୍ତି।

ଚେନ୍ନାଇଠାରେ ଅନୁଷ୍ଠିତ ଦକ୍ଷିଣ ଭାରତୀୟ ଶିଳ୍ପ ବାଣିଜ୍ୟ ସଂଘର ଏକ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ ସେ କହିଛନ୍ତି, ଆଞ୍ଚଳିକ ପୂର୍ଣ୍ଣାଙ୍ଗ ଆର୍ଥିକ ସହଭାଗିତା ବା ଆର୍‍ସିପିବି ମଧ୍ୟ ଭାରତର ଆକାଂକ୍ଷା ପୂରଣ କରିବାକୁ ଅନୁପଯୁକ୍ତ। ସେଥିପାଇଁ ଭାରତ ଏଥିରେ ଯୋଗଦେଇନାହିଁ । କେତେକ ସମବାୟ ବ୍ୟାଙ୍କରେ ଘଟିଥିବା ଦୁର୍ନୀତି ସଂପର୍କରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି, ଏହାକୁ ରୋକିବା ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଭାରତୀୟ ରିଜର୍ଭବ୍ୟାଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଦେଶରେ ଅଧିକାଂଶ ବ୍ୟବସାୟୀକ ବ୍ୟାଙ୍କର ଯେଉଁସବୁ ଅନାଦାୟ ଋଣ ସମସ୍ୟା ଥିଲା ସେଥିରେ ଉନ୍ନତି
ପରିଲକ୍ଷିତ ହୋଇଛି। ବ୍ୟାଙ୍କ ଉଦ୍ୟୋଗରେ ଅଧିକ ଉତ୍ତମ ନିୟନ୍ତ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି।

Comments are closed.