ଅଟଳ ବିହାରୀଙ୍କ ପ୍ରମୁଖ ବିଚାର

0

ନୂଆଦିଲ୍ଲୀ: ଭାରତ ରତ୍ନ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ମଧ୍ୟ ସମଗ୍ର ଦେଶ ଆଜି ତାଙ୍କୁ ମନେ ପକାଉଛି। ଏଭଳି ଜଣେ ବ୍ୟକ୍ତିତ୍ୱ ଯିଏ ସମୟାନୁକ୍ରମେ ରାଜନୀତିରେ ରହି ମଧ୍ୟ ରାଜନୀତିର ଊଦ୍ଧ୍ୱର୍କୁ ଚାଲି ଯାଇଥିଲେ। ଏଥିପାଇଁ ଆଜି ତାଙ୍କ ବିୟୋଗରେ ଦଳଗତ ନିର୍ବିଶେଷରେ ବହୁ ଦଳୀୟ ନେତା ନିଜ ଭାବ ପ୍ରବଣତାକୁ କାଗଜ ଅଥବା ବ୍ଲଗରେ ଲେଖୁଛନ୍ତି। ଭାରତୀୟ ରାଜନୀତିରେ ଆଜି ସମସ୍ତ ନେତା ବାଜପେୟୀଙ୍କ ସହ ଅନୁଭୂତିକୁ ଲେଖିବା ପ୍ରଚ୍ଛଦରେ କ’ଣ ରହିଛି କାରଣ? ଏଭଳି ଜଣେ ନେତା ଯିଏ କେବଳ ଭାରତୀୟ ରାଜନୀତିକୁ ପ୍ରଭାବିତ କରି ନଥିଲେ ବରଂ ନେତାଙ୍କ ଚିନ୍ତନ ଶକ୍ତିକୁ ମଧ୍ୟ ପ୍ରଭାବିତ କରି ପାରୁଥିଲେ। ଆସନ୍ତୁ ଜାଣିବା ଏଭଳି ଜଣେ ବ୍ୟକ୍ତିତ୍ୱର କିଛି ପ୍ରେରଣା ଦାୟକ ବିଚାର।
୧) ଛୋଟ ମନ ନେଇ କେହିଁ ବଡ଼ ହୋଇ ପାରନ୍ତି ନାହିଁ, ଭଙ୍ଗା ହୃଦୟ ନେଇ କେହି ଛିଡ଼ା ହୋଇ ପରନ୍ତି ନାହିଁ।
୨) ଜିତିବା ଓ ହାରିବା ଜୀବନର ଅଂଶବିଶେଷ, ଏହାକୁ ସମାନ ଦୃଷ୍ଟିଭଙ୍ଗୀରେ ଦେଖିବାର ଆବଶ୍ୟକତା ରହିଛି।
୩) ଯଦି ଭାରତ ଧର୍ମନିରପେକ୍ଷ ନୁହେଁ ତେବେ ଭାରତ କଦାପି ଭାରତ ନୁହେଁ।
୪) ମୁଁ କୌଣସି ପ୍ରତିଶ୍ରୁତି ନେଇ ଆସି ନାହିଁ; କିନ୍ତୁ ମନୋବଳ ନିଶ୍ଚିତ ନେଇ ଆସିଛି।
୫) ଲୋକତନ୍ତ୍ର ଏଭଳି ଏକ ସ୍ଥାନ ଯେଉଁଠି ଦୁଇ ଜଣ ମୂର୍ଖ ମିଶି ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ପରାଜିତ କରି ପାରନ୍ତି।
୬) ମୋ ପାଖରେ ନା’ ଅଛି ବୁଢା ବାପା, ନା’ ବାପାଙ୍କ ସମ୍ପତ୍ତି, ଯଦି ଅଛି ତାହା ହେଲା ମା’ର ଆଶୀର୍ବାଦ।
୭) ଅବଶ୍ୟକ ପଡ଼ିଲେ ଆପଣ ବନ୍ଧୁ ବଦଳାଇ ପାରିବେ, କିନ୍ତୁ ପଡ଼ୋଶୀ ବଦଳାଇ ହୁଏନା।

Leave A Reply