ପୂର୍ବତନ ଆଇଏଏସ୍‍ ଶାହ ଫୈଜଲ ଗଠନ କଲେ ନୂଆ ରାଜନୈତିକ ଦଳ

0

କାଶ୍ମୀର : ଲୋକସଭା ନିର୍ବାଚନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ଏକ ନୂଆ ରାଜନୈତିକ ଦଳ ଗଠନ ହୋଇଛି। ପୂର୍ବତନ ଆଇଏଏସ୍‍ ଅଧିକାରୀ ତଥା ଜାମ୍ମୁ କାଶ୍ମୀରର ମୂଳ ନିବାସୀ ଶାହ ଫୈଜଲ ରବିବାର ଏହି ନୂଆ ରାଜନୈତିକ ଦଳର ଲୋକାର୍ପଣ କରିଛନ୍ତି। ଏହି ନୂଆ ରାଜନୈତିକ ଦଳର ନାମ ରଖାଯାଇଛି ‘ଜାମ୍ମୁ ଆଣ୍ଡ କାଶ୍ମୀର ପିପୁଲ୍ସ ମୁଭମେଣ୍ଟ‘। ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଫୈଜଲ ଦଳ ସମ୍ପର୍କରେ ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ଦଳରେ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ଉପାଧ୍ୟକ୍ଷା ଶେହଲା ରାଶିଦ ସମେତ କେତେକ ଯୁବକ ଓ ଯୁବତୀ ସାମିଲ ହୋଇଥିଲେ।
ପ୍ରକାଶଯୋଗ୍ୟ ଯ ପ୍ରାୟ ୨ ମାସ ତଳେ ଫୈଜଲ ଆଇଏଏସ୍‍ ପଦରୁ ଇସ୍ତଫା ଦେଇଥିଲେ। ରାଜନୈତିକ ଦଳର ଲୋକାର୍ପଣ ସମୟରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସଂଘର୍ଷମୟ ରାଜନୈତିକ ଜୀବନର ପ୍ରଶଂସା କରିଥିଲେ। କାଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ବାହାର କରିବା ଦଳର ଆଭିମୁଖ୍ୟ ବୋଲି କୁହାଯାଇଛି।

Leave A Reply