ଦିଲ୍ଲୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମାଙ୍ଗେରାମ ଗାର୍ଗଙ୍କ ପରଲୋକ

ନୂଆଦିଲ୍ଲୀ : ଦିଲ୍ଳୀ ବିଜେପିର ପୂର୍ବତନ ଅଧ୍ୟକ୍ଷ ମାଙ୍ଗେରାମ ଗାର୍ଗଙ୍କ ରବିବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ସପ୍ତାହରେ ଅସୁସ୍ଥତା କାରଣରୁ ତାଙ୍କୁ ବାଲାଜି ଆକ୍ସନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ସକାଳ ସାଢେ ୭ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୨୦୦୩ରେ ଦିଲ୍ଲୀର ୱାଜିରପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସେ ୨୦୦ରୁ ୨୦୦୨ ପର୍ଯ୍ୟନ୍ତ ଦିଲ୍ଳୀ ବିଜେପିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ନଗରପାଳିକା ନିର୍ବାଚନରେ ପରାଜୟ ପରେ ୨୦୦୨ରେ ତାଙ୍କୁ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଗାର୍ଗଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଦିଲ୍ଲୀ ବିଜେପିକୁ ସଶକ୍ତ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ମୋଦୀ କହିଛନ୍ତି।

Comments are closed.