ବର୍ଷିୟାନ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ

ନୂଆଦିଲ୍ଲୀ : ବର୍ଷିୟାନ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶନିବାର ଅପରାହ୍ନରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ଶନିବାର ସକାଳେ ଦିଲ୍ଲୀର ଏସକର୍ଟ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ଅପରାହ୍ନ ୩ଟାରେ ସେ ହୃଦଘାତରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ କଂଗ୍ରେସ କର୍ମୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମତେ ଅନ୍ୟାନ୍ୟ ରାଜନେତାମାନେ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।  

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ ସମୟରେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ଥିଲେ । ୧୯୯୮ରୁ ୨୦୧୩ ପର୍ୟ୍ୟନ୍ତ ସେ ଲଗାତର ଭାବେ ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । କିଛି ଦିନ ପାଇଁ ସେ କେରଳର ରାଜ୍ୟପାଳ ଥିଲେ । ଗତ ସାଧାରଣ ନିର୍ବାଚନରେ ଉତ୍ତର-ପୂର୍ବ ଦିଲ୍ଲୀ ସଂସଦୀୟ ଆସନରୁ ନିର୍ବାଚନ ଲଢି ବିଜେପିର ମନୋଜ ତିଓ୍ଵାରୀଙ୍କ ଠାରୁ ସେ ପରାସ୍ତ ହୋଇଥିଲେ ।

Comments are closed.