ଅଖିଳେଶଙ୍କୁ ଭେଟିଲେ ସାବିତ୍ରୀ ଫୁଲେ

0

ଲକ୍ଷ୍ନୌ : ବିଜେପିରୁ ଗତମାସରେ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ସାବିତ୍ରୀ ଫୁଲେ ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ବିଜେପି ବିରୋଧୀ ମେଣ୍ଟ ମଜବୁତ କରିବାକୁ କହିଛନ୍ତି। ଏହି ସାକ୍ଷାତ ଆଲୋଚନା ବେଳେ ଅନ୍ୟ କୌଣସି ପ୍ରସଙ୍ଗ ଉଠି ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଉଭୟ ନେତା ୧୫ ମିନିଟ ଧରି ଆଲୋଚନା କରିଥିଲେ। ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିବା ଏସ୍‌ପିର ମୁଖ୍ୟ ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ବିଜେପି ଦେଶକୁ ବିଭାଜିତ କରୁଥିବା ଅଭିଯୋଗ କରି ଫୁଲେ ଗତମାସ​‌େ​‌ର ଦଳରୁ ଇସ୍ତଫା ଦେଇଥିଲେ। ସାଂସଦ ପଦରୁ ଇସ୍ତଫା ନ ଦେଇ ସେ ନିଜର କାର୍ଯ୍ୟକାଳ ପୂରଣ କରିବେ ବୋଲି ଫୁଲେ ପ୍ରକାଶ କରିଛନ୍ତି।

Leave A Reply