ଖୋଜା ପଡିଛି ମାଛରେ ଫର୍ମାଲିନ୍; ବଜାରରେ ଚଢଉ

0

କଟକ: ଭୁବନେଶ୍ବର ପରେ କଟକ ସହରରେ ଥିବା ବିଭିନ୍ନ ମାଛ ବଜାର ଓ ଗୋଦାମରେ ସିଏମସି ପକ୍ଷରୁ ଚଢଉ କରାଯାଇଛି। କଟକ ସେମନାର ଛକ, ପ୍ରେସ ଛକ ଓ କୃଷକ ବଜାରରେ ଥିବା ମାଛ ଦୋକାନ ଉପରେ ଖାଦ୍ୟ ନିରୀକ୍ଷକ ତନଖି କରିଛନ୍ତି। ଆନ୍ଧ୍ରରୁ ଆସୁଥିବା ଗୋଦାମକୁ ଆସୁଥିବା ସବୁ ମାଛ ଗାଡିରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଛି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରୁ ରପ୍ତାନୀ ହେଉଥିବା ମାଛରେ ବିଷାକ୍ତ ଫାର୍ମାଲିନ ବ୍ୟବହାର ହେଉଥିବା ନେଇ ଘଟଣା ଜଣାପଡିବା ପରେ ଆସାମ ସରକାର ଏହା ଉପରେ କଟକଣା ଜାରି କରିଥିଲେ। ୧୦ ଦିନ ପାଇଁ ଆସାମ ସରକାର ଆମଦାନୀ ବନ୍ଦ କରି ଦେଇଥିଲେ ।

Leave A Reply