ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭୋଜନରେ ସାମିଲ କରନ୍ତୁ ଏସବୁ ଖାଦ୍ୟଦ୍ରବ୍ୟ

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଗଲେ ରୋଗ ଆମକୁ ଶୀଘ୍ର ଆକ୍ରମଣ କରିଥାଏ ଏବଂ ଦୀର୍ଘ ଦିନ ମଧ୍ୟ ଲାଗି ରହିଥାଏ। ଖାସ୍ କରି ଋତୁ ପରିବର୍ତ୍ତନ ସମୟରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ। ତେଣୁ ସର୍ବଦା ସୁସ୍ଥ ରହିବାକୁ ହେଲେ ଆମକୁ ଆମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାକୁ ପଡ଼ିବ। ଏଥିପାଇଁ ଲୋକେ ଅନେକ ଔଷଧ ଆଦି ମଧ୍ୟ ସେବନ କରିଥାଆନ୍ତି। ହେଲେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ଆମ ଦୈନନ୍ଦିନର ଖାଦ୍ୟରେ ସାମିଲ କଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ସେହିସବୁ ଖାଦ୍ୟ ସାମଗ୍ରୀ ବିଷୟରେ, ଯାହାକୁ ଦୈନିକ ଭୋଜନରେ ସାମିଲ କରି ଆମେ ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇପାରିବା –

୧.ଭିଟାମିନ୍-ସି ଯୁକ୍ତ ଫଳ: ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍-ସି ଯୁକ୍ତ ଫଳ ଓ ପରିବା ସେବନ କରିବା ଆବଶ୍ୟକ। କମଳା, ଚେରି, ଲିଚୁ, ଲେମ୍ବୁ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍-ସି ରହିଥାଏ। ପ୍ରତିଦିନ ଏହା ମଧ୍ୟରୁ କିଛିବି ଖାଦ୍ୟରେ ସାମିଲ କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

୨.ହଳଦୀ : ପ୍ରାୟତଃ ସବୁ ବ୍ୟଞ୍ଜନ ପ୍ରସ୍ତୁତିରେ ଆମେ ହଳଦୀ ବ୍ୟବହାର କରିଥାଉ। ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଗୁଣ ଶରୀରର ଆଭ୍ୟନ୍ତରୀଣ କ୍ଷତକୁ ମଧ୍ୟ ଭଲ କରିଥାଏ। ହଳଦୀ ଆଣ୍ଟିବାୟୋଟିକ୍ ଭାବେ ମଧ୍ୟ କାମ କରିଥାଏ। ପ୍ରତିଦିନ ହଳଦୀ ଚା’ କିମ୍ବା କ୍ଷୀରରେ ହଳଦୀ ଗୋଳାଇ ମଧ୍ୟ ପିଇପାରିବେ। ଏହାଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବ।

୩.ଦହି: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଦହି ବେଶ୍ ସହାୟକ ହୋଇଥାଏ। ପ୍ରତିଦିନ ଦହି ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

୪.ଚା’: ଚା’ପିଇବା ଦ୍ୱାରା ଶରୀରର ଥକ୍କାପଣ ଦୂର ହୁଏ। ଏହାସହିତ ଥଣ୍ଡା, କାଶ, ସର୍ଦ୍ଦି ଆଦିରୁ ମଧ୍ୟ ଚା’ ମୁକ୍ତି ଦେଇଥାଏ। ଖାସ୍ କରି ଶୀତ ଦିନେ ଏହା ଅଧିକ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

୫.ଡାଲଚିନି: ଡାଲଚିନି କେବଳ ଏକ ମସାଲା ନୁହେଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଏହା ଏକ ବିଶେଷ ଭୂମିକା ବହନ କରିଥାଏ। ଖାଇବାରେ ଡାଲଚିନି ବ୍ୟବହାର କରିବା ଦ୍ୱାରା ସ୍ୱାଦ ବଢ଼ିବା ସହ ସ୍ୱାସ୍ଥ୍ୟ ମଧ୍ୟ ନିରୋଗ ରହେ।

Comments are closed.