ଅସୁସ୍ଥ ଥିବା ସମୟରେ ଖାଦ୍ୟ ସଚେତନତା

ଜ୍ବର, ମୁଣ୍ଡବିନ୍ଧା, କାଶ, ଥଣ୍ଡା କିମ୍ବା ପେଟ ସମସ୍ୟା ଯେ କୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ବିଶେଷଜ୍ଞଦଳଙ୍କ ଅନୁସନ୍ଧାନରୁ କେତେକ ତଥ୍ୟ ସୁସ୍ପଷ୍ଟ ହୋଇଛି। ଶରୀର ଅସୁସ୍ଥ ଥିଲେ କେଉଁ ଖାଦ୍ୟ ନ ଖାଇବେ, ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି।
– ମିଠା ଖାଦ୍ୟଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ। ଶରୀର ଅସୁସ୍ଥ ଥିବାବେଳେ ଅଧିକ ମିଠା ଖାଇଲେ ତାହା ବିଷ କ୍ରିୟା ସୃଷ୍ଟି କରେ। ଏହା ସହ ମିଠା ଖାଇଲେ ଅଧିକ କ୍ଳାନ୍ତ ଲାଗୁଥିବାର ପରୀକ୍ଷାରୁ ପ୍ରକାଶ।
– ମୃଦୁପାନୀୟଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ବ ମିଶିଥାଏ। ଏହି କାରଣରୁ ଶରୀର ଅଧିକ ଅସୁସ୍ଥ ହୋଇଥାଏ।
– ବିଶେଷଜ୍ଞଙ୍କ ମତରେ ଶରୀର ଅସୁସ୍ଥ ଥିବା ସମୟରେ ଅମ୍ଳ ଥିବା ଖାଦ୍ୟ ଓ ପାନୀୟଠାରୁ ମଧ୍ୟ ଦୂରେଇ ରହନ୍ତୁ। ଏହା କାରଣରୁ ମଧ୍ୟ ସ୍ବାସ୍ଥ୍ୟ ହାନି ହେଉଥିବାର ପ୍ରକାଶ।

Comments are closed.