ଜାଣନ୍ତୁ ଆୟୁ ବୃଦ୍ଧିର ଉପାୟ

0

ମାର୍କଣ୍ଡେୟ ପୁରାଣ ଅନୁଯାୟୀ, ଅଗାଧୁଆ ଓ ଠିଆ ହୋଇ ଖାଇବା ଦ୍ୱାରା ମନୁଷ୍ୟ ଦରିଦ୍ର ହୋଇଯାଏ। ଏହା ସହିତ ସୁଶ୍ରୁତ ସଂହିତା ଅନୁସାରେ ଗୃହସ୍ଥ ବ୍ୟକ୍ତି ଅଳ୍ପ ଖାଦ୍ୟ ଖାଇବା ଉଚିତ। ବେଶୀ ଖାଦ୍ୟ ଖାଇବା ଦ୍ୱାରା ମନୁଷ୍ୟ ରୋଗୀଣା ହୋଇଯାଏ ଓ ଆୟୁ କ୍ଷୟ ହୁଏ। ତେଣୁ ଭୋଜନ ସମ୍ବନ୍ଧୀୟ ନିୟମକୁ ଧ୍ୟାନରେ ରଖି ଖାଦ୍ୟ ଖାଇବା ଉଚିତ। ଆସନ୍ତୁ ଜାଣିବା ଭୋଜନ ସମୟରେ କେଉଁ ନିୟମ ମାନିବା ଉଚିତ।


ଭୋଜନ ସମ୍ବନ୍ଧିତ କିଛି ନିୟମ:
ନିଜର ପାଞ୍ଚଟି ଅଙ୍ଗ ଯଥା- ଦୁଇ ହାତ,ଦୁଇ ଗୋଡ ଓ ମୁହଁ ଧୋଇ କରି ଭୋଜନ କରିବା ଉଚିତ। ମନୁ ସ୍ମୃତି ଅନୁସାରେ ଓଦା ଗୋଡରେ ଖାଦ୍ୟ ଖାଆନ୍ତୁ। ଭୋଜନ ସମୟରେ ଘର ଅନ୍ଧାର କରି ଖାଆନ୍ତୁ ନାହିଁ।
ମହାଭାରତର ଅନୁଶାସନ ଅନୁସାରେ କେବଳ ସକାଳେ ଓ ସନ୍ଧ୍ୟା ସମୟରେ ଭୋଜନ କରିବା ଉଚିତ। ଏହି ନିୟମ ପାଳନ କଲେ ଉପବାସ ରହିବାର ସୁଫଳ ମିଳିଥାଏ।


ପୁରାଣ ଅନୁସାରେ ମନୁଷ୍ୟର ପ୍ରଥମ ଭୋଜନ ଦେବତା, ଦ୍ୱିତୀୟ ଭୋଜନ ମନୁଷ୍ୟ, ତୃତୀୟ ଭୋଜନ ପ୍ରେତାତ୍ମା ଓ ଚତୁର୍ଥ ଭୋଜନରେ ରାକ୍ଷସଙ୍କ ଅଧିକାର ଥାଏ।
ବଶିଷ୍ଠ ସ୍ମୃତି ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଏହାଦ୍ୱାରା ମନୁଷ୍ୟର ଧନ ଓ ଆୟୁ ବୃଦ୍ଧି ହୋଇଥାଏ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ପ୍ରେତ ଶକ୍ତିମାନେ ସେହି ଖାଦ୍ୟ ଗ୍ରହଣ କରିଥାନ୍ତି। ପଶ୍ଚିମ ଦିଗକୁ ମୁହଁ କରି ଖାଇବା ଦ୍ୱାରା ମନୁଷ୍ୟ ରୋଗୀ ହୋଇଥାଏ ଓ ଆୟୁ ମଧ୍ୟ ହ୍ରାସ ହୋଇଥାଏ।

Leave A Reply