ବିସ୍କୁଟ ଖିରି

0

ଆବଶ୍ୟକ ସାମଗ୍ରୀ :

କ୍ଷୀର – ୧ ଲିଟର

ବିସ୍କୁଟ ଗୁଣ୍ଡ – ୧ କପ

ଚିନି – ଆବଶ୍ୟକ ଅନୁଯାୟୀ

କାଜୁ – ଆବଶ୍ୟକ ଅନୁଯାୟୀ

ଗୁଜୁରାତି – ଆବଶ୍ୟକ ଅନୁଯାୟୀ

କେସର – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେହି ପାତ୍ରରେ କ୍ଷୀର ଫୁଟାନ୍ତୁ। କ୍ଷୀର ବହଳିଆ ହେବା ପର୍ଯ୍ୟନ୍ତ ତାକୁ ଫୁଟାନ୍ତୁ। ତାପରେ କ୍ଷୀର ବହଳିଆ ହୋଇଗଲେ ସେଥିରେ ବିସ୍କୁଟ ଗୁଣ୍ଡ ପକାଇ ଦିଅନ୍ତୁ। ଧ୍ୟାନ ଦେ​‌ବେ କ୍ଷୀରରେ ବିସ୍କୁଟ ଯେପରି ଭଲ ଭାବରେ ମିଶିଯାଏ। କ୍ଷୀରରେ ବିସ୍କୁଟ ମିଶିଗଲା ପରେ ସେଥିରେ ଚିନି, କାଜୁ, କିସମିସ, କେସର, ଗୁଜୁରାତି ଇତ୍ୟାଦି ପକାଇ ଫୁଟାନ୍ତୁ। କିଛି ସମୟ ତାହା ଫୁଟିଲା ପ​‌ରେ ଗ୍ୟାସ ବନ୍ଦ କରି ତାକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବିସ୍କୁଟ ଖିରି। ଏହାକୁ ୧୫ମିନିଟ ଫ୍ରିଜ ରଖି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ଫ୍ରିଜରୁ କାଢି ଥଣ୍ଡା ଥଣ୍ଡା ଖାଆନ୍ତୁ ବିସ୍କୁଟ ଖିରି। ଆପଣଙ୍କ ପସନ୍ଦ ମୁତାବକ ଖିରିର ଉପରେ ବାଦାମ, ପେସ୍ତା ଇତ୍ୟାଦି ସଜାଇ ଦିଅନ୍ତୁ।

Leave A Reply