ଟେଷ୍ଟି ଚିକେନ

0

ଆବଶ୍ୟକ ସାମଗ୍ରୀ
ଚିକେନ – ୩୦୦ ଗ୍ରାମ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଶୁଖିଲା ଲଙ୍କା ଛେଚା – ୩ଟି
ଚିନି ଗୁଣ୍ଡ – ସାମାନ୍ୟ
ରସୁଣ ଛେଚା – ୧ଚାମଚ
ଅଦା ଛେଚା – ୧ ଚାମଚ
ସୋୟା ସସ – ୧ଚାମଚ
କର୍ଣ୍ଣଫ୍ଲୋର – ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ୧୫ ରୁ ୨୦ ମିନିଟ ରଖିଦିଅନ୍ତୁ। ଏବେ ଏକ ପାତ୍ରରେ  ୧କପ ପାଣି ନିଅନ୍ତୁ। ଏଥିରେ ଚିନି ଗୁଣ୍ଡ, ରସୁଣ ଛେଚା, ଅଦା ଛେଚା, ଗୋଲମରିଚ ଗୁଣ୍ଡ, ଶୁଖିଲା ଲଙ୍କା ଛେଚା, ଗୋଲମରିଚ ଗୁଣ୍ଡ, ସୋୟା ସସ, କର୍ଣ୍ଣଫ୍ଲୋର ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଦେଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ରଖିଥିବା ଚିକେନକୁ ଭାଜି ଦିଅନ୍ତୁ। ଚିକେନ ଭାଜି ହୋଇଗଲେ ରଖିଥିବା ମିଶ୍ରଣକୁ ପକାଇ ଭଲ ଭାବେ ଗୋଳାଇ ଦେଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ମିନିଟ ପରେ ଏଥିରେ ୧କପ ପାଣି ଦେଇ ସାମାନ୍ୟ ଲୁଣ, କଟା ଧନିଆ ପତ୍ର ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Leave A Reply